ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ

ପୁରୀ (ବଡ଼ ଖବର ବ୍ୟୁରୋ): ଜୀବନ ବଂଚେଇବା ପାଇଁ ଗ୍ରୀନ କରିଡର । ନାବାଳକର ଜୀବନ ବଞ୍ଚେଇବାକୁ ଦୀର୍ଘ ୮୦ କିଲୋମିଟର କରିଡର ପ୍ରସ୍ତୁତ କଳା କୃଷ୍ଣପ୍ରସାଦ ପୋଲିସ। ନାବାଳକର ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ। ଏବେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ୫ଶ୍ରେଣୀର ଛାତ୍ର ପ୍ରଭୁଦତ୍ତ ଜେନା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁର ପଞ୍ଚମ ଶ୍ରେଣୀର ଛାତ୍ର। ସୁବଦିନ ଭଳି ନିଜ ସାଇକେଲ ଧରି ବାହାରି ପଡ଼ିଥିଲେ ସ୍କୁଲକୁ। ହଠାତ ସାଇକେଲରୁ ଖସି ପଡ଼ିବା ପରେ ହ୍ୟାଣ୍ଡେଲଟି ନାବାଳକର ପେଟରେ ପଶିଯାଇଥିଲା।

ପେଟରେ ଗୋଟିଏ ପଟେ ପଶି ଅନ୍ୟ ପଟେ ବାହାରି ଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ସ୍ଥାନୀୟ ଗାଁ ଲୋକେ ସଙ୍ଗେ ସଂଗେ ଆମ୍ବୁଲାନସକୁ ଡାକି ମେଡିକାଲକୁ ନେଇ ଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସା ସମ୍ଭବ ନହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ରେଫର କରିଥିଲେ ସ୍ଥାନୀୟ ଡାକ୍ତର। ପୁରୀ ଏସଡ଼ିପିଓ ମାନସ ରଂଜନ ବାରିକଙ୍କ ଉଦ୍ୟମ ଏବଂ କୃଷ୍ଣପ୍ରସାଦ ଥାନା ପୋଲସର ଉଦ୍ୟମ ରେ ଏକ ୮୦ କିଲୋମିଟର ଟ୍ରାଫିକ ମୁକ୍ତ ଗ୍ରୀନ କରିଡର ତିଆରି କରଥିଲା ପୋଲସ। ଛାତ୍ରଙ୍କୁ ଏମକେସିଜି ନେବାର ବ୍ୟବସ୍ଥା ଖୁବଶୀଘ୍ର କରାଯାଇଥିଲା। ଏବେ ଏମକେସିଜିରେ ଛାତ୍ରଙ୍କୁ ବଂଚାଇବା ପାଇଁ ଏକ ବଡ଼ ଧରଣର ଡାକ୍ତରୀ ଟିମ ଲାଗିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’