Masthead

ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ବାଲେଶ୍ୱର ଜିଲ୍ଲାରେ ବେଆଇନ ବାଲି ଚାଲାଣକୁ ନେଇ ମାଇନିଂ ବିଭାଗ ବଡ଼ ଧରଣର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ସମୁଦ୍ର ବାଲିକୁ ମଧ୍ୟ ଛାଡ଼ି ନାହାନ୍ତି ବାଲି ମାଫିଆ। ଅଭିଯୋଗ ଅନୁଯାୟୀ, ପ୍ରତିଦିନ ଶହ ଶହ ହାଇୱା ଓ ଟ୍ରାକ୍ଟର ଯୋଗେ ସମୁଦ୍ର ବାଲିକୁ ବେଆଇନ ଭାବେ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିଲା। ସମୁଦ୍ର କୂଳିଆ ଅଞ୍ଚଳର ଲୋକଙ୍କ ଅଭିଯୋଗ ପାଇବା ପରେ ମାଇନିଂ ବିଭାଗ ଆକ୍ସନ ମୋଡ୍‌କୁ ଆସି ଅଚାନକ ଚଢ଼ାଉ କରିଥିଲା।

ଜଳେଶ୍ୱର ଜୁନିଅର ମାଇନିଂ ଅଧିକାରୀ ଅଭିଷେକ ବେହେରା ଓ ବସ୍ତା ମାଇନିଂ ଅଧିକାରୀ ତାପସ କୁମାର ବେହେରାଙ୍କ ନେତୃତ୍ୱରେ ବସ୍ତା–ବାଲିଆପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ବେଆଇନ ଭାବେ ପଶ୍ଚିମବଙ୍ଗ ଅଭିମୁଖେ ବାଲି ବୋଝେଇ ଯାଉଥିବା ୪ଟି ହାଇୱା ଓ ୨ଟି ଟ୍ରାକ୍ଟରକୁ ଜବତ କରାଯାଇଥିଲା।ଜବତ ହୋଇଥିବା ୨ଟି ହାଇୱାକୁ ବସ୍ତା ଥାନାରେ ଅଟକ ରଖାଯାଇଥିବା ବେଳେ, ଅନ୍ୟ ୨ଟି ହାଇୱା ସହ ୨ଟି ଟ୍ରାକ୍ଟରକୁ ବାଲିଆପାଳ ଥାନାରେ ଜିମା ଦିଆଯାଇଛି।

ବାଲେଶ୍ୱରରୁ ପଶ୍ଚିମବଙ୍ଗକୁ ଦୀର୍ଘଦିନ ଧରି ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ ଆସୁଥିବା ବେଳେ ମାଇନିଂ ବିଭାଗର ଏହି କଡ଼ା କାର୍ୟ୍ୟାନୁଷ୍ଠାନ ପରେ ବାଲି ମାଫିଆଙ୍କ ମଧ୍ୟରେ ଛନକା ପଶିଛି। ଆଗାମୀ ଦିନରେ ମଧ୍ୟ ଏଭଳି ବେଆଇନ ଖଣିଜ ଚାଲାଣ ବିରୋଧରେ ସ୍ୱତନ୍ତ୍ର ଚଢ଼ାଉ ଜାରି ରହିବ ବୋଲି ମାଇନିଂ ବିଭାଗ ସୂଚନା ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି 🔴 ଘୁରି ବୁଲୁଛି ନକଲି ଟେମ୍ପୁଲ୍‌ ସ୍କ୍ୱାଡ୍‌ ନିଯୁକ୍ତିପତ୍ର 🔴 ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ 🔴 ଖସିଲା ସିଲିଂ, ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି 🔴 ଦିଲ୍ଲୀ ଫେରି ଯିବେ ରାଷ୍ଟ୍ରପତି 🔴 ବଢ଼ିବ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି 🔴 ଘୁରି ବୁଲୁଛି ନକଲି ଟେମ୍ପୁଲ୍‌ ସ୍କ୍ୱାଡ୍‌ ନିଯୁକ୍ତିପତ୍ର 🔴 ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ 🔴 ଖସିଲା ସିଲିଂ, ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି 🔴 ଦିଲ୍ଲୀ ଫେରି ଯିବେ ରାଷ୍ଟ୍ରପତି 🔴 ବଢ଼ିବ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର