Masthead

ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ

ମୟୁରଭଞ୍ଜ(ବଡ଼ ଖବର ବ୍ୟୁରୋ): ବନ୍ୟା ଧୋଇନେଲା ଚାଷ । ଏକର ଏକର ଫସଲ ନଷ୍ଟ । ଧାର,କରଜ କରି ଚିନ୍ତାରେ ଚାଷୀମାନେ । ବର୍ଷ ଯାକର ପରିଶ୍ରମ ନିମିଷକେ ମାଟିରେ ମିଶିଲା। । ଭାଙ୍ଗିଗଲା ଚାଷୀର ମେରୁଦଣ୍ଡ। ବନ୍ୟା ପାଣି ଛାଡିବା ପରେ ପରିବା ଚାଷୀଙ୍କ ଅବସ୍ଥା ବେହାଲ। ଯୁଆଡେ ଚାହିଁବେ ଏକର ଏକର ଚାଷ ଜମି ପାଣିରେ ବୁଡିଛି। ଆଉ ସେହି ବୁଡି ଯାଇଥିବା ଚାଷ ଜମି ତଳେ ଚାପି ହୋଇଯାଇଛି ବର୍ଷ ତମାମର ପରିଶ୍ରମ। ଲଗାଣ ବର୍ଷାରେ ଉତ୍ତର ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ରାଣୀବନ୍ଧ ପଞ୍ଚାୟତର ପନିପରିବା ଚାଷୀ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି।

ପନିପରିବା ଚାଷର ପଞ୍ଚାୟତ ଭାବେ ଜଣାଶୁଣା ଏହି ରାଣୀବନ୍ଧ ପଞ୍ଚାୟତର ଚମ୍ପାଗଡ଼ି ଗ୍ରାମର ୩୦ ରୁ ଅଧିକ ଚାଷୀଙ୍କ ୯୦ ଏକର ରୁ ଅଧିକ ଚାଷ ଜମିରେ ହୋଇଥିବା ପନିପରିବା ଚାଷ ନଷ୍ଟ ହୋଇଛି। ଗ୍ରାମ ନିକଟରେ ପ୍ରବାହିତ ଗଙ୍ଗାହାର ନଦୀ ଅଚାନକ ଲଗାଣ ବର୍ଷାରେ ଫୁଲିବା ଫଳରେ ବନ୍ୟା ପାଣି ମାଡି ଆସିଥିଲା। ବନ୍ୟା ପାଣି ଏକର ଏକର ପରିବା ଚାଷ ଉପରେ ମାଡିଯିବା ସହିତ ଦୁଇ ଦିନ ଧରି ସମ୍ପୂର୍ଣ୍ଣ ଚାଷ ପାଣିରେ ବୁଡି ରହିଥିଲା। କୁନ୍ଦୁରି, ଭେଣ୍ଡି, ବାଇଗଣ, କଲରା, ଜହ୍ନି, ପୋଟଳ ଭଳି ଅନେକ ପରିବା ଚାଷ ବନ୍ୟା ପାଣିରେ ବୁଡି ରହି ଫଳ ନଷ୍ଟ ହୋଇଯାଇଛି। ନଦୀର ଜଳସ୍ତର କମିବା ପରେ ଚାଷ ଜମିରୁ ପାଣି କମିଥିଲା, ହେଲେ ସେତେବେଳକୁ ସବୁ ଚାଷ ନଷ୍ଟ ହୋଇଯାଇଛି। ଯାହାକି ଏବେ ପରିବା ବାଡ଼ିରେ ପଶି କେବଳ ଗଛଭିତରୁ ନିଜ ଉଜୁଡା ପରିଶ୍ରମର ଫଳକୁ ସାଉଁଟିଵାକୁ ଚେଷ୍ଟା କରୁଛି ଚାଷୀ।

ଅନ୍ୟପକ୍ଷରେ,ବ୍ୟାଙ୍କ ଋଣ ସହିତ ହାତ ଉଧାରୀ ଋଣ ଆଣି ପରିବା ଚାଷ କରିଥିବା ଚମ୍ପାଗଡ଼ି ଗ୍ରାମର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଭୂଇଁରେ ଲୋଟିଥିବା ଫସଲ ପାଇଁ ସହାୟତା ଟିକେକୁ ଚାହିଁ ବସିଛନ୍ତି। ସେପଟେ ଏବେ ବି ଆକାଶ ମେଘାଛନ୍ନ ରହିଥିବା ବେଳେ ତୁହାକୁ ତୁହା ବର୍ଷା ମଧ୍ୟ ହେଉଛି, ଯାହା ଚାଷୀର ଚିନ୍ତାକୁ ଦ୍ବିଗୁଣିତ କରିଛି। ସବୁପରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ପରିବା ଚାଷୀଙ୍କ ନଷ୍ଟ ହୋଇଥିବା ଚାଷର ଆକଳନ କରାଯାଇ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି 🔴 ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ସଚିବସ୍ତରୀୟ ବୈଠକ 🔴 ତାମିଲନାଡୁରେ ରାଜନୈତିକ ଝଡ଼,ଉଦୟନିଧି ଷ୍ଟାଲିନଙ୍କ ଗିରଫକୁ ନେଇ ବଡ଼ ଚର୍ଚ୍ଚା…. 🔴 ମଦ ଦୋକାନକୁ ବିରୋଧ କରି ୬ଘଣ୍ଟିଆ ଜଟଣୀ ବନ୍ଦ ଡାକରା 🔴 ଟ୍ରେନ୍‌ରେ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି 🔴 ପ୍ରବଳ ବର୍ଷା ସମ୍ଭାବନା! 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି 🔴 ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ସଚିବସ୍ତରୀୟ ବୈଠକ 🔴 ତାମିଲନାଡୁରେ ରାଜନୈତିକ ଝଡ଼,ଉଦୟନିଧି ଷ୍ଟାଲିନଙ୍କ ଗିରଫକୁ ନେଇ ବଡ଼ ଚର୍ଚ୍ଚା…. 🔴 ମଦ ଦୋକାନକୁ ବିରୋଧ କରି ୬ଘଣ୍ଟିଆ ଜଟଣୀ ବନ୍ଦ ଡାକରା 🔴 ଟ୍ରେନ୍‌ରେ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି 🔴 ପ୍ରବଳ ବର୍ଷା ସମ୍ଭାବନା!