ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଏସଏସଡି ସରକାରୀ ହାଇସ୍କୁଲରେ ରାଗିଂ । ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଦଶମ ଛାତ୍ର । ନଡିଆ ବାହୁଙ୍ଗା ଓ କ୍ରିକେଟ ବ୍ୟାଟରେ ନିସ୍ତୁକ ମାଡ ମାରିଲେ । ଛୁଆଙ୍କୁ ମାଡମାରି ଲହୁଲୁହାଣ କଲେ । ଏଭଳି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଳା କୋଲନରା ଚାନ୍ଦିଲି ଥାନା ରିଭଲକଣା ସରକାରୀ ବିଦ୍ୟାଳୟରେ । ହଷ୍ଟେଲରେ ଥିବା ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ର ବିଦ୍ୟାଳୟ ପରିସରରେ କ୍ରିକେଟ ଖେଳ ଖେଳୁଥିଲେ । ଲେଟ୍ ହବାରୁ ଛାତ୍ରମାନେ ସଫେଇ କାମ କରିପାରିନଥିଲେ । ଫଳରେ ଦଶମ ଶ୍ରେଣୀ ଛାତ୍ର ରାଗିଯାଇ ଗତ ଶନିବାର ଦିନ ପିଲାଙ୍କୁ ଡାକି ମାଡ଼ ମାରିଥିଲେ । ଖାଲି ସେତିକି ନୁହେଁ କାହାକୁ ନକହିବା ପାଇଁ ମଧ୍ୟ ଧମକାଇଥିଲେ ।
ପରେ ଛାତ୍ରମାନେ ବିଦ୍ୟାଳୟର ପ୍ରଧାନଶିକ୍ଷାକଙ୍କୁ ଜଣାଇଥିଲେ । ଦଶମ ଛାତ୍ରମାନେ ଘଟଣା ଜାଣିବା ପରେ କାହିଁକି ପ୍ରଧାନଶିକ୍ଷାକଙ୍କୁ ଜଣାଇଲ କହି ପୁଣି ରବିବାର ଦିନ କ୍ରିକେଟ ବ୍ୟାଟ, ନଡିଆଗଛ ବାହୁଙ୍ଗି ଏବଂ ବାଡ଼ି ସଙ୍ଗେ ଅଷ୍ଟମ ଶ୍ରେଣୀର ତିନିଜଣ ଛାତ୍ରଙ୍କ ସହ ନବମ ଶ୍ରେଣୀର ୩୦ ଜଣ ଛାତ୍ରଙ୍କୁ ପିଟି ଚାଲିଥିଲେ । ତେବେ ଘଟଣା ଘଟିବାର ୩ ଦିନ ବିତିଯାଇଥିଲେ ମଧ୍ୟ ମାଡ ଖାଇଥିବା ଛାତ୍ରଙ୍କ ପରିବାରକୁ ବିଦ୍ୟାଳୟ ପକ୍ଷରୁ ଖବର ଦିଆଯାଇନି । ସେପଟେ ଘଟଣା ଜଣାପଡିବା ପରେ ମଙ୍ଗଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଚାନ୍ଦିଲି ଥାନାରେ ସ୍କୁଲ କତ୍ତୃପକ୍ଷଙ୍କ ଦ୍ୱାରା ଏତଲା ଦିଆଯାଇଛି ।
