Masthead

ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା

ଦଶରଥପୁର(ବଡ଼ ଖବର ବ୍ୟୁରୋ):  ବନ୍ୟା ବିପଦ ଟଳିନି, ଦାଉ ସାଧିଲା ଲଗାଣ ବର୍ଷା। ବୈତରଣୀ ଓ କାଣୀ ନଦୀରେ ବଢ଼ୁଛି ଜଳସ୍ତର। ନଦୀକୂଳିଆଙ୍କ ମଧ୍ୟରେ ପୁଣି ଛନକା। ବନ୍ୟାର ଦୁର୍ଦ୍ଦଶା ଲୋକଙ୍କ ମନରୁ ଲିଭିନଥିବା ବେଳେ ଲଗାଣ ବର୍ଷା ଏବେ ନଦୀକୂଳିଆ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ବର୍ଷା ଯୋଗୁଁ ବୈତରଣୀ ଓ କାଣୀ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଦଶରଥପୁର ବ୍ଲକ୍‌ର ତରପଦା ପଞ୍ଚାୟତ ପାଟଣା ନିକଟରେ ନିର୍ମାଣାଧୀନ ଘାଇ ମରାମତି କାମ ଚାଲିଥିବା ବେଳେ ବଢ଼ିଥିବା ବନ୍ୟାଜଳ ଏହାକୁ ସମ୍ପୂର୍ଣ୍ଣ ଭାବେ ଭସାଇ ନେଇଛି। ନଦୀର ପ୍ରଖର ସ୍ରୋତରେ ଘାଇ ମରାମତି ପାଇଁ ହୋଇଥିବା ନିର୍ମାଣ ଧୋଇଯିବାରୁ ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି।

ଏହାର ପ୍ରଭାବରେ କସପା, ତରପଦା ଓ ଜୟନ୍ତରା ପଞ୍ଚାୟତର ବିଭିନ୍ନ ଗାଁ ମଧ୍ୟକୁ ବନ୍ୟାଜଳ ପ୍ରବେଶ କରିବାରେ ଲାଗିଛି। ଘରଦ୍ୱାର, ରାସ୍ତାଘାଟ ଓ ଚାଷଜମିରେ ପାଣି ଜମିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ଲୋକଙ୍କ ମଧ୍ୟରେ ପୁଣିଥରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଘାଇ ମରାମତି କରାଯାଇଥିବା ସ୍ଥାନର ଉଚ୍ଚତାଠାରୁ ପ୍ରାୟ ୩ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ପାଣି ଗାଁ ଭିତରକୁ ପ୍ରବେଶ କରୁଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସନ୍ଧ୍ୟା ସମୟରେ କସପା ଓ ତରପଦା ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ଦଶରଥପୁର ବିଡିଓ ଆକାଶ ପଟ୍ଟନାୟକ କହିଛନ୍ତି।ଅନ୍ୟପକ୍ଷରେ, ଯାଜପୁରରେ ରିଲିଫ୍ ପ୍ରଦାନକୁ ନେଇ ଦୋଷ ଠେଲାପେଲା ଆରମ୍ଭ ହୋଇଛି। ଏହାକୁ ନେଇ ଯାଜପୁର ଓ ଦଶରଥପୁର ଅଞ୍ଚଳରେ ରାଜନୈତିକ ଛକାପଞ୍ଝା ମଧ୍ୟ ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା