Masthead

ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଜି ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ଓ ଜଳାଭିଷେକ ପାଇଁ ଭକ୍ତଙ୍କ ଭିଡ଼ରେ ଉଛୁଳିଲା ଏକାମ୍ର କ୍ଷେତ୍ର । ଭୋରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର ନିକଟରେ ହଜାର ହଜାର କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଛି। ହାତରେ କାଉଡ଼ି ଧରି ଦୂରଦୂରାନ୍ତରୁ ଆସିଥିବା ଶିବଭକ୍ତମାନେ ବୋଲବମ୍ ଧ୍ୱନିରେ ପରିବେଶକୁ ଶିବମୟ କରିଛନ୍ତି। ଶ୍ରାବଣ ସୋମବାରରେ ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ କାଉଡିଆମାନେ ଲମ୍ବା ଧାଡ଼ିରେ ଅପେକ୍ଷା କରିଥାନ୍ତି । ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି।

ଶ୍ରାବଣ ମାସ ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ମାସ ଭାବେ ପରିଗଣିତ । ଏହି ମାସ ଭଗବାନ ଶିବଙ୍କ ଆରଧନା ପାଇଁ ସମର୍ପିତ । ଏହି ସମୟରେ ଦେଶର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ । ଶ୍ରଦ୍ଧାଳୁମାନେ ଶିବ ଲିଙ୍ଗରେ ଜଳ, କ୍ଷୀର, ବେଲପତ୍ର ଓ ଧତୁରା ଅର୍ପଣ କରି ସୁଖ, ସମୃଦ୍ଧି ଓ ପରିବାରର ମଙ୍ଗଳ କାମନା କରନ୍ତି । ଶ୍ରାବଣର ପ୍ରତ୍ୟେକ ସୋମବାର ବିଶେଷ ମହତ୍ୱ ରହିଥିବାରୁ ଅନେକ ଭକ୍ତ ଉପବାସ ରଖି ଭଗବାନ ଶିବଙ୍କ ପୂଜା କରନ୍ତି । ଶ୍ରାବଣ ମାସରେ କାଉଡିଆ ଯାତ୍ରା, ରୁଦ୍ରାଭିଷେକ, ଭଜନ-କୀର୍ତ୍ତନ ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମର ମଧ୍ୟ ମହତ୍ତ୍ୱ ରହିଛି ।
ଶ୍ରାବଣର ଦ୍ୱିତୀୟ ସୋମବାରରେ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଏଭଳି ଭକ୍ତ ସମାଗମ ଧାର୍ମିକ ପରିବେଶକୁ ଆହୁରି ଭକ୍ତିମୟ କରିଛି। ଶିବଭକ୍ତଙ୍କ ଆସ୍ଥା, ଭକ୍ତି ଓ ବୋଲବମ୍ ଧ୍ୱନିରେ ପୂରା ଏକାମ୍ର କ୍ଷେତ୍ର ମୁଖରିତ ହୋଇଉଠିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ଯାଇଛି ୭ ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ଯାଇଛି ୭ ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି..