Masthead

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକାଳ ସାଢ଼େ ୫ଟା ବେଳେ ଉତ୍ତର ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ଆଗାମୀ ୪୮ ଘଣ୍ଟା ଭିତରେ ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ ଓ କଟକ ଜିଲ୍ଲା ପାଇଁ ଏହି ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ମୟୂରଭଞ୍ଜ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସମେତ ବାକି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ।

ସେହିପରି ଓଡ଼ିଶା ଉପକୂଳ ଓ ଆଖପାଖ ସମୁଦ୍ର ଅଞ୍ଚଳରେ ୧୫ ତାରିଖ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ମଝିରେ ମଝିରେ ପବନର ବେଗ ୬୦ କିମି ଛୁଇଁବା ସହ ଝଡ଼ପବନର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଓ ସଂଲଗ୍ନ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ମାସେ ହେଲା ପୋଖରୀରେ ୧୬ ବର୍ଷୀୟ କିଶୋର 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ମାସେ ହେଲା ପୋଖରୀରେ ୧୬ ବର୍ଷୀୟ କିଶୋର 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ