Masthead

ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ..

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଘୋଷଣା ହେଲା ବିଶିଷ୍ଟ ପୁଲିସ୍ ସେବା ପୁରସ୍କାର ୨୦୨୬ । ଓଡିଶାର ୧୭ଜଣଙ୍କୁ ମିଳିବ ପୁଲିସ୍ ସେବା ପୁରସ୍କାର । ୫ଜଣଙ୍କୁ ସାହାସୀକତା ଏବଂ ୨ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ପ୍ରଶଂଶନୀୟ ସେବା ପଦକ ପାଇଁ ୧୦ଜଣ ମନୋନୀତ ହୋଇଛନ୍ତି । DG  ସଂଜୀବ ପଣ୍ଡା ଏବଂ DSP  ସ୍ମିତାରାଣୀ ମହାନ୍ତି ଉଭୟଙ୍କୁ ମିଳିବ ରାଷ୍ଟ୍ରପତି ପଦକ ।

ସେହିପରି ସବ୍ ଇନ୍ସପେକ୍ଟର ମନ୍ମଥ ମହାପାତ୍ର, ହାବିଳଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, କମାଣ୍ଡୋ ସୁମନ ପୁନ, କମାଣ୍ଡୋ ସୁରେଶ ଚନ୍ଦ୍ର ପୁତଙ୍କୁ ମିଳିବ ସାହସିକତା ପୁରସ୍କାର। ଅନ୍ୟପକ୍ଷରେ, ପ୍ରଶଂସନୀୟ ସେବା ପାଇଁ DSP  ମନୋରଂଜନ ପାଇକରାୟ, DSP  ସୁରେଶ କୁମାର ବଳ, ଇନ୍ସପେକ୍ଟର ଗୀତାଞ୍ଜଳି ପଣ୍ଡା, ଡେପୁଟୀ କମାଣ୍ଡାଣ୍ଟ ଭବେଶ କୁମାର ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପରେଶ କୁମାର ମୀନତିନନ୍ଦନ ପତି, କନଷ୍ଟେବଳ ଶ୍ୟାମଳି ବିଶ୍ୱାସ, ସବ୍ ଇନ୍ସପେକ୍ଟର ବରୁଣ କୁମାର ନାୟକ, ହାବିଳଦାର ସୁବାସ ଚନ୍ଦ୍ର ତ୍ରନାଥ ଗୌଡ, କନଷ୍ଟେବଳ ମୁସ୍ତାକ ଅଲ୍ଲୀ ଖାଁ, ହାବିଳଦାର ପ୍ରଶାନ୍ତ କୁମାର ବିଶ୍ୱାଳଙ୍କୁ ପୁରସ୍କୃତ କରାଯିବ।

ଅଗ୍ନିଶମ ସେବା ପାଇଁ ଜଣଙ୍କୁ ରାଷ୍ଟ୍ରପତି ଓ ୨ ଜଣଙ୍କୁ ସାହସିକତା ପଦକ ମିଳିବ। ଅଗ୍ନିଶମ ସେବାରେ ଏଏସଓ ମଳୟ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଅମିତାଭ ରାଜ ଓ ନିଏଲ କେରକେଟାଙ୍କୁ ସାହସିକତା ପଦକ ମିଳିବ। ପୋଲିସ, ଅଗ୍ନିଶମ, ଗୃହରକ୍ଷୀ, ନାଗରିକ ପ୍ରତିରକ୍ଷା ଏବଂ ସଂଶୋଧନ ସେବାର ମୋଟ ୧,୦୫୭ ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ଆଦି ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଦାନ କରାଯିବ। ୯୨ ଜଣଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯିବା ସହ ସାହାସିକତା ପାଇଁ ୩୦୧ ପୁରସ୍କାର ମଧ୍ୟରୁ ୨୭୨ ପୋଲିସ କର୍ମଚାରୀଙ୍କୁ ଏବଂ ୨୯ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ..