Masthead

ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉତ୍ତର ଓଡ଼ିଶା ଉପକୂଳରେ ପୁଣି ଆସିବ ଆଉ ଏକ ଲଘୁଚାପ । ଏଭିଳି ଆକଳନ କରିଛି ପାଣିପାଗ ବିଭାଗ । ଯାହାର ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିବ ବର୍ଷା। ଅବପାତ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଥିଲା । ଏହା ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ, ବିହାର ଆଡ଼କୁ ଗତି କରୁଛି । ଏହା ପ୍ରଭାବରେ ମଙ୍ଗଳବାର ସକାଳ ସୁଦ୍ଧା କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ ସମେତ ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ସକାଳ ଭିତରେ । ୧୮ ତାରିଖ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ରେ ପ୍ରବଳରୁ ପ୍ରବଳତର ଏବଂ ସମ୍ବଲପୁର, କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗୀରରେ ପ୍ରବଳ ବର୍ଷା ହୋଇପାରେ । ୧୯ରୁ ବଡ଼ ବର୍ଷା ସମ୍ଭାବନା କମ୍ । ୨୧ବେଳକୁ ପୁଣି ବର୍ଷା ବଢ଼ିପାରେ । ଆଜି ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ।

ଉତ୍ତର ଓଡ଼ିଶା ବନ୍ୟା ସ୍ଥିତିରେ ବିଶେଷ ସୁଧାର ନାହିଁ । ଯାଜପୁର ଓ ଭଦ୍ରକରେ ବେଳକୁ ବେଳ ଦୁର୍ଦ୍ଦଶା ବଢ଼ି ଚାଲିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରିଥିଲେ । ବନ୍ୟା ଅଞ୍ଚଳ ଦେଖିବା ସହ ବିପନ୍ନଙ୍କ ଦୁର୍ଦ୍ଦଶା ପଚାରି ବୁଝିବା ସହିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ସରକାରୀ ରିପୋର୍ଟ ଅନୁସାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଏ ଲଗାଣ ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୬ ଜିଲ୍ଲାର ୬୬ ବ୍ଲକର ୪୪୮ଟି ପଞ୍ଚାୟତ ଅନ୍ତର୍ଗତ ୧୩୦୪ଟି ଗାଁ ଏବଂ ୧୦ଟି ସହରାଞ୍ଚଳର ୬୪ଟ ୱାର୍ଡରେ ଏହା ପ୍ରଭାବ ପକାଇଛି । ୭ ଲକ୍ଷ ୮୫ ହଜାର ୧୯୯ ଲୋକେ ଏଥିରେ ପ୍ରଭାବିତ । ସନ୍ଧ୍ୟା ୬ଟା ସୁଦ୍ଧା ୨ ଲକ୍ଷ ୭୭ ହଜାର ୬୫୫ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ୧୨୬ଟି ଗାଁ ଏଯାଏଁ ଜଳବନ୍ଦୀ ରହିଛି । ବନ୍ୟା ଓ ଲଗାଣ ବର୍ଷା ପ୍ରଭାବରେ ୪୨ ହଜାର ୨୧୬ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ୯୪୧ଟି ଘର ନଷ୍ଟ ହୋଇଛି । ୭୮୩ ମେଟ୍ରିକ ଟନ ଗୋ-ଖାଦ୍ୟ, ୧୯୫୦ କୁଇଣ୍ଟାଲ ଚୁଡ଼ା, ୨୦୩ କୁଇଣ୍ଟାଇ ଗୁଡ଼ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି । ଉଦ୍ଧାର କାର୍ଯ୍ୟରେ ୯୯ଟି ଟିମ୍ ନିୟୋଜିତ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ୪ଟି ବ୍ଲକରେ ପୁଣି ବନ୍ୟା ଜଳ ପଶିଛି । ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲିର ୩୩ଟି ପଞ୍ଚାୟତ, ୪ଟି ୱାର୍ଡ଼ ଓ ୧୩୪ଟି ଗ୍ରାମ ପ୍ରଭାବିତ ଜଳମଗ୍ନ ରହିଛି । ପ୍ରାୟ ୨ ଲକ୍ଷ ଲୋକେ ପାଣି ଘେରରେ ଅଛନ୍ତି । ୧ ଲକ୍ଷ ୭ ହଜାର ୭୭୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜୁଲାଇ ୨୭ ତାରିଖରୁ ଜିଲ୍ଲାକୁ ବନ୍ୟା କବଳିତ କରି ରଖିଛି । ବହୁ ପରିବାର ନଦୀ ବନ୍ଧ ସହ ଉଚ୍ଚା ଜାଗାରେ ପଲିଥିନ ତଳେ ଜୀବନ ବିତାଉଛନ୍ତି ।

ଯାଜପୁରରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ୧୦ ବ୍ଲକର ୨,୮୪,୫୭୮ ଲୋକେ ପ୍ରଭାବିତ ହୋଇଥିବାବେଳେ ୭୭ ହଜାର ୬୮୦ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । କାଣୀ ଓ ବୈତରଣୀ ନଦୀର ବନ୍ଧରେ ଘାଇ ସୃଷ୍ଟି ହେବାରୁ ଯାଜପୁର, କୋରେଇ, ବିଞ୍ଝାରପୁର, ଧର୍ମଶାଳା, ରସୁଲପୁର, ବଡ଼ଚଣା, ବରୀ, ଦାନଗଦୀ ଓ ସୁକିନ୍ଦା ବ୍ଲକରେ ଦୁର୍ଦ୍ଦଶା ଲାଗି ରହିଛି । ୧୮ ହଜାର ୬୪୨ ହେକ୍ଟର ଚାଷଜମି ଜଳମଗ୍ନ ରହିଛି । ସବୁଠୁ ବେଶି ସମସ୍ୟା ଭୋଗୁଛନ୍ତି ଦଶରଥପୁର ବ୍ଲକ ଅଞ୍ଚଳରେ । ବନ୍ୟା ଯୋଗୁ ୧୪୧ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ୬୮ଟି ଗ୍ରାମୀଣ ରାସ୍ତା, ପୋଲ ଓ କଲଭର୍ଟ କ୍ଷତିଗ୍ରସ୍ତ ହୋଇଛି ।କେନ୍ଦ୍ରାପଡ଼ା ଜିଲ୍ଲାର ୯ ବ୍ଲକର ୧୨୦ଟି ପଞ୍ଚାୟତ ପାଣି ଘେରରେ ରହିଛି । ୨ ଲକ୍ଷ ଲୋକେ ବନ୍ୟା ଓ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି । ଅଳଭାରେ ବ୍ରାହ୍ମଣୀ ନଦୀ ବିପଦ ସଙ୍କେତ ଉପରେ ଚାଲିଛି । ପଟ୍ଟାମୁଣ୍ଡାଇ ବ୍ଲକର ନାହିଆଡିଆ ଗାଁରେ ରାସ୍ତାରେ ପାଣି ଚାଲିଛି । ନଦୀରେ ଜଳସ୍ତର କମିଥିଲେ ବି ବାଲେଶ୍ୱର ଜିଲ୍ଲାର ୯୭ଟି ପଞ୍ଚାୟତ ୪୫୩ ଗାଁ ପ୍ରଭାବିତ ହୋଇଛି । ୬୦ଟି ଗାଁ ଏବେ ବି ପାଣି ଘେରରେ ରହିଛି । ୨ ଲକ୍ଷ ୩ ହଜାର ୮୭୮ ଲୋକେ ବନ୍ୟା ପ୍ରଭାବିତ ହୋଇଛନ୍ତି । ୬୧ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି । ୬୯ଟି ଘର ନଷ୍ଟ ହୋଇଥିବାବେଳେ ୧୬ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । କେନ୍ଦୁଝରରେ ୭୮ଟି ପଞ୍ଚାୟତର ୧୨ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ୯୫୯ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ମୟୂରଭଞ୍ଜର ୨୨ଟି ବ୍ଲକର ୧୨୬ଟି ଗାଁର ୨୭ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା