Masthead

 ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍

ବାରିପଦା (ବଡ଼ ଖବର ବ୍ୟୁରୋ): ଦାବିଲା ରେଳ ଲାଇନ୍। ବାରିପଦା ନିକଟରେ ଦାବିଲା ଲାଇନ୍। ପ୍ରାୟ ୫୦ ମିଟର ରେଳ ଲାଇନ୍ ଦବିଲା। ଲଗାଣ ବର୍ଷା ଫଳରେ ମାଟି ଧଶି ଥିବାର ସୁଚନା। ବାଙ୍ଗିରିପୋଷି ପୁରୀ ଓ ବାରିପଦା ବାଲେଶ୍ୱର ଟ୍ରେନ୍ ବାତିଲ। ରେଳ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ। ବଙ୍ଗୋପସାଗର ରେ ସୃଷ୍ଟି ଲଘୁଚାପ ଫଳରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତେବେ ବର୍ଷାର ପରିମାଣ ବର୍ତ୍ତମାନ ସୁଦ୍ଧା କମ୍ ରହିଛି। ଫଳରେ ଜିଲ୍ଲାର ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ସାମାନ୍ୟ ବଢ଼ି ଥିଲେ ବି, ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ବର୍ଷାକୁ ଦୃଷ୍ଟିରେ ରଖି ଆଜି ପ୍ରଥମରୁ ଦଶମ  ଶ୍ରେଣୀ ଥିବା ସମସ୍ତ ସ୍କୁଲ କୁ ବନ୍ଦ କରି ଦିଆ ଯାଇଛି।ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷା ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି। ତା ସହିତ ସମସ୍ତ ଅଧିକାରୀ ଙ୍କ ଛୁଟି ବାତିଲ କରି ଦିଆ ଯାଇଛି।

ସମସ୍ତ ଅଧିକାରୀ ମୁଖ୍ୟାଳୟ ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜରୁରୀ କାଳୀନ ପରିସ୍ଥିତି କୁ ମୁକାବିଲା ପାଇଁ ଓଡ଼୍ରାଫଟ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି । ତଳିଆ ଅଞ୍ଚଳବାସୀକୁ ଉଚ୍ଚସ୍ଥାନ କିମ୍ବା ସେଲ୍ଟରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜରୁରୀକାଳୀନ ଅଧିକାରୀ। ଲଗାଣ ବର୍ଷା ଫଳରେ ବାରିପଦା ନିକଟରେ ପ୍ରାୟ ୫୦ ମିଟର୍ ପର୍ଯ୍ୟନ୍ତ ରେଳ ଧାରଣା ଦାବି ଯାଇଛି। ଲଗାଣ ବର୍ଷା ଫଳରେ ମାଟି ଧସି ଯାଇଥିବାରୁ ଏପରି ଘଟି ଥିବାରୁ ସୂଚନା। ଫଳରେ ବାଙ୍ଗିରିପୋଷି ପୁରୀ ଏବଂ ଭଞ୍ଜପୂର୍ ବାଲେଶ୍ୱର ଟ୍ରେନକୁ ବାତିଲ କରାଯାଇଛି । ଅନ୍ୟପଟେ ଆଜି ସକାଳ ସୁଦ୍ଧା ଶିମିଳିପାଳରେ ପ୍ରବଳ ବର୍ଷା ହେଇଥିବାର ରେକର୍ଡ କରାଯାଇଛି। ଶିମିଳିପାଳ ର କୁଳିପାଲ ରେ ସର୍ବାଧିକ ୧୫୦ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଶିମିଳିପାଳରେ ବର୍ଷାର ପରିମାଣ ଆଜି ବଢ଼ିଲେ ବୁଢ଼ାବଳଙ୍ଗରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା