Masthead

ବନ୍ୟା ଘେରରେ ୩୦ରୁ ଅଧିକ ପରିବାର

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ବନ୍ୟାରେ ବେହାଲ ହୋଇପଡିଛି ଚାନ୍ଦବାଲି ବ୍ଲକ । ଘଟପୁର ପଞ୍ଚାୟତ ଅଧୀନ ବାଙ୍କୀପାଳ ଜେନାସାହିରେ ୩୦ରୁ ଅଧିକ ପରିବାର ବର୍ତ୍ତମାନ ବନ୍ୟା ଘେରରେ । ଚାରିଆଡେ ବନ୍ୟାଜଳ ଜମି ରହିଥିବାରୁ ଗାଁକୁ ଯାତାୟାତ କରିବା ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗାଁକୁ ଯିବାକୁ ହେଲେ ପ୍ରାୟ ୧ କିଲୋମିଟର ରାସ୍ତା ବନ୍ୟା ପାଣି ମଧ୍ୟରେ ଯିବାକୁ ପଡୁଛି। ଫଳରେ ବୟସ୍କ, ଶିଶୁ ଓ ମହିଳାମାନେ ଅଧିକ ଅସୁବିଧାରେ ପଡୁଛନ୍ତି ।

ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ମଧ୍ୟ କଷ୍ଟକର ହୋଇପଡିଛି । ବନ୍ୟାଜଳ ଘେରରେ ରହିଥିବା ପରିବାରଗୁଡିକ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ପିଇବା ପାଣି। ବନ୍ୟାଜଳ ଯୋଗୁଁ ନିରାପଦ ପାନୀୟ ଜଳର ଅଭାବ ଦେଖାଦେଇଛି। ଏହା ସହିତ ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଣ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢିଛି। ବନ୍ୟା ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଯେଉଁ ସମସ୍ତ ସରକାରୀ ସୁବିଧା ଓ ସହାୟତା ମିଳିବା କଥା, ତାହା ତୁରନ୍ତ ପ୍ରଭାବିତ ପରିବାରଙ୍କ ନିକଟରେ ପହଞ୍ଚାଇବାକୁ ଦାବି ହୋଇଛି ।

ବିଶେଷକରି ପିଇବା ପାଣି, ଶୁଖିଲା ଖାଦ୍ୟ, ଔଷଧ ଓ ଆବଶ୍ୟକ ସାମଗ୍ରୀ ଯୋଗାଇଦେବା ସହ ଜରୁରୀ ପରିସ୍ଥିତିରେ ଯାତାୟାତ ବ୍ୟବସ୍ଥା କରିବାକୁ ଲୋକେ ଅନୁରୋଧ କରିଛନ୍ତି । ବନ୍ୟା ଘେରରେ ଥିବା ଏହି ପରିବାରଗୁଡିକର ସମସ୍ୟା ପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଘଟଣାସ୍ଥଳକୁ ଟିମ୍ ପଠାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି । ଏବେ ପ୍ରଶାସନର ସହାୟତାକୁ ଅପେକ୍ଷା କରିଛନ୍ତି ବାଙ୍କୀପାଳ ଜେନାସାହିର ବନ୍ୟା ପ୍ରଭାବିତ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର