ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ

ସୁନ୍ଦରଗଡ଼ (ବଡ଼ ଖବର ବ୍ୟୁରୋ):ସୁନ୍ଦରଗଡ଼ ମେଡିକାଲରୁ ଫେରାର ମାରିଲା ହତ୍ୟାକାରୀ ଅଭିଯୁକ୍ତ । ପରିସ୍ରା ଯିବା ବାହାନାରେ ଅଭିଯୁକ୍ତ ଟେକଚାନ୍ଦ ବେହେରା ଚମ୍ପଟ । ଗତକାଲି ଅଭିଯୁକ୍ତକୁ ମେଡିକାଲର ଭର୍ତ୍ତି କରିଥିଲେ ଜେଲ୍‌ କର୍ତ୍ତୃପକ୍ଷ । ଫେରାର ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଟେକଚାନ୍ଦ ବେହେରା । ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଏକ ହତ୍ୟାକାଣ୍ଡ ମାମଲାରେ ସେ ଜେଲରେ ଥିଲେ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାରୁ ଗତକାଲି ଜେଲ କର୍ତ୍ତୃପକ୍ଷ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହସ୍ପିଟାଲର ସର୍ଜରୀ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।

ରାତିରେ ତାଙ୍କ ସୁରକ୍ଷା ପାଇଁ ଜେଲ କର୍ମଚାରୀ ମଧ୍ୟ ନିୟୋଜିତ ଥିଲେ । ତେବେ ବିଳମ୍ବିତ ରାତିରେ ପରିସ୍ରା ଯିବାକୁ କହି ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ସେ ହସ୍ପିଟାଲରୁ ଫେରାର ହୋଇଯାଇଥିଲେ ।  ଘଟଣା ଜଣାପଡ଼ିବା ପରେ ଜେଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହଡ଼କମ୍ପ ସୃଷ୍ଟି ହୋଇଥିଲା । ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଛି । ଏହାସହ ଡଗ୍ ସ୍କ୍ୱାଡ୍‌ର ସହାୟତା ନିଆଯାଇଛି । ହେଲେ ଏପର୍ଯ୍ୟନ୍ତ ଟେକଚାନ୍ଦ ବେହେରାଙ୍କ କୌଣସି ସନ୍ଧାନ ମିଳିନାହିଁ । ଜଣେ ହତ୍ୟା ଅଭିଯୁକ୍ତ ଏଭଳି ଭାବେ ହସ୍ପିଟାଲରୁ ଫେରାର ହୋଇଯିବା ଘଟଣା ଜେଲ କର୍ତ୍ତୃପକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ବଡ଼ ପ୍ରଶ୍ନ ଉଠାଇଛି । ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ପାଇଁ ପୁଲିସର ତଲାସୀ ଅଭିଯାନ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକଲବ୍ୟ ବିଦ୍ୟାଳୟରେ ଅଶାନ୍ତି, ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ 🔴 ଝଡ଼ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି 🔴 ମିଳିଲାନି ମହାପ୍ରୟାଣ ସେବା, ରାସନ କାର୍ଡ ବନ୍ଧକ ରଖି ମୃତଦେହ ନେଲେ ପରିବାର 🔴 ଭୂକମ୍ପରେ ଥରିଲା ପାନାମା 🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଏକଲବ୍ୟ ବିଦ୍ୟାଳୟରେ ଅଶାନ୍ତି, ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ 🔴 ଝଡ଼ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି 🔴 ମିଳିଲାନି ମହାପ୍ରୟାଣ ସେବା, ରାସନ କାର୍ଡ ବନ୍ଧକ ରଖି ମୃତଦେହ ନେଲେ ପରିବାର 🔴 ଭୂକମ୍ପରେ ଥରିଲା ପାନାମା 🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ