ଓକିଲଗୁଡ଼ା ପଥର କ୍ୱାରି ବିସ୍ଫୋରଣ ମାମଲରେ ଆଉ ୩ ଗିରଫ

ଗୁଣୁପୁର, (ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲ୍ଲା ଓକିଲଗୁଡ଼ା ପଥର କ୍ୱାରୀ ବିସ୍ଫୋରଣ ମାମଲାରେ ଆଉ ତିନିଜଣଙ୍କୁ ଗିରଫ କଲା ଗୁଣୁପୁର ପୋଲିସ । ଏହି ଘଟଣାରେ ମୋଟ ଚାରିଜଣଙ୍କୁ ଗିରଫ କରିଛି ପୋଲିସ । ଗତ ୧୬ ତାରିଖରେ ଗୁଣୁପୁର ତହସିଲ ଅନ୍ତର୍ଗତ ଓକିଲଗୁଡ଼ା ପଥର କ୍ୱାରିରେ ବିସ୍ଫୋରଣ ଘଟି ୩ଜଣଙ୍କ ଜୀବନ ଯାଇଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଥିଲେ । ଖୋଳତାଡରୁ ବେଆଇନ ପଥର ବ୍ଲାଷ୍ଟିଂ କରାଯାଉଥିବା ନେଇ ଜଣାପଡ଼ିଥିଲା । ଏହି ଘଟଣାରେ ସ୍ଥାନୀୟ ତହସିଲଦାରଙ୍କୁ ନିଲମ୍ବିତ କରିଥିଲେ ସରକାର ଓ ଜଣେ ଏଆରଆଇଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଥିଲେ । କ୍ୱାରିରେ ଡ୍ରିଲିଂ କରୁଥିବା ହରିଶ୍ଚନ୍ଦ୍ର ଶବରଙ୍କୁ ପୁର୍ବରୁ ଗିରଫ କରାଯାଇଥିବା ବେଳେ କ୍ୱାରି ମାଲିକ ପ୍ରତାପ ଯୋଗୀଙ୍କ ସମେତ ତାଙ୍କୁ ଦୁଇ ପୁଅ ପ୍ରଦୀପ ଓ ଘାଷିକୁ ମଙ୍ଗଳବାର ଗିରଫ କରିଛି ଗୁଣୁପୁର ପୋଲିସ । ବିସ୍ଫୋରଣ ପରଠାରୁ ଏମାନେ ଫେରାର ଥିଲେ । ମୋବାଇଲ ଟ୍ରାକିଂ କରି ପୋଲିସ ଏମାନଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରି ସହ ଗୋଟଏ ହିଟାଚି ମେସିନ ଓ ଡ୍ରିଲିଂ ମେସିନକୁ ମଧ୍ୟ ଜବତ କରାଯାଇଛି । ଦଫା ୨୮୬, ୩୨୪, ୩୬୨, ୩୦୪, ୨୦୧ ୩୪ଆଇପିସି, ଭଳି ଦଫାରେ କୋର୍ଟ ଚାଲଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!