Masthead

ବିରଳ ଓରାଙ୍ଗଉଟାନ ଠାବ

ଭୋଗରାଇ (ବଡ଼ ଖବର ବ୍ୟୁରୋ):  ଭୋଗରାଇରେ ୫ଟି ଓରାଙ୍ଗଉଟାନ ଠାବ ।  ବନ ବିଭାଗ ପକ୍ଷରୁ ବିଚିତ୍ରପୁରରେ ସକାଳୁ ସକାଳୁ ପେଟ୍ରୋଲି ସମୟରେ ଜଙ୍ଗଲରୁ ବିରଳ ପ୍ରଜାତିର ଜୀବ ଠାବ କରାଯାଇଛି ।  ବନ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଶୁ ଚିକିତ୍ସାଳୟ ନିଆଗଲା ।ଏତେ ସଂଖ୍ୟା ରେ ଓରାଙ୍ଗଉଟାନ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଜମିଛି । ଏହି ଜୀବ ଭାରତୀୟ ହୋଇନଥିବା ବେଳେ ଏଠାକୁ କିଭଳି ଆସିଲେ ସେନେଇ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ତଦନ୍ତ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଉଦୟପୁର ବନବିଭାଗର ଏକ ଟିମ୍ ରଣକୋଠା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଜଙ୍ଗଲରେ ୫ଟି ଓରାଙ୍ଗଉଟାନକୁ ଦେଖି ବନ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ । ପରେ ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସେମାନଙ୍କୁ ଠାବ କରାଯାଇଥିଲା। ଭାରତୀୟ ଜଙ୍ଗଲରେ ସାଧାରଣତଃ ଓରାଙ୍ଗଉଟାନ ଦେଖାଯାଏ ନାହିଁ । ତେଣୁ ରଣକୋଠା ସଂରକ୍ଷିତ ଜଙ୍ଗଲକୁ ଏହି ୫ଟି ଓରାଙ୍ଗଉଟାନ କେଉଁଠୁ ଏବଂ କିପରି ଆସିଲେ, ତାହାକୁ ନେଇ ବନବିଭାଗ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଛି ।

ଭାରତରେ ଓରାଙ୍ଗଉଟାନକୁ ନେଇ ନନ୍ଦନକାନନର ‘ବିନ୍ନି’ ବେଶ୍ ଚର୍ଚ୍ଚିତ ଥିଲା। ସିଙ୍ଗାପୁରରୁ ଭାରତ ଅଣାଯାଇଥିବା ବିନ୍ନିକୁ ୨୦୦୩ ନଭେମ୍ବର ୨୦ରେ ନନ୍ଦନକାନନକୁ ଅଣାଯାଇଥିଲା। ଦୀର୍ଘଦିନ ଧରି ନନ୍ଦନକାନନର ଆକର୍ଷଣ ପାଲଟିଥିବା ବିନ୍ନି ୨୦୧୯ ମେ’ ୨୯ରେ ୪୧ ବର୍ଷ ବୟସରେ ଆଖି ବୁଜିଥିଲା । ରଣକୋଠା ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଠାବ ଘଟଣାକୁ ନେଇ PCCF ପ୍ରେମ ଝା କହିଛନ୍ତି, ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେମାନେ କେଉଁଠୁ ଏବଂ କିପରି ଆସିଲେ, ସେନେଇ ତଦନ୍ତ କରାଯିବ। ଆବଶ୍ୟକ ହେଲେ ସେମାନଙ୍କୁ ନନ୍ଦନକାନନରେ ରଖିବା ପାଇଁ ବ୍ୟବସ୍ଥା କରାଯିବ ବୋଲି PCCF କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିରଳ ଓରାଙ୍ଗଉଟାନ ଠାବ 🔴 ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 UAE ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ସ୍କୁଲରେ ରାଗିଂ 🔴 ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି, ୬ମୃତ 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ବିରଳ ଓରାଙ୍ଗଉଟାନ ଠାବ 🔴 ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 UAE ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ସ୍କୁଲରେ ରାଗିଂ 🔴 ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି, ୬ମୃତ 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ