Masthead

ଜ୍ୱରରେ ଆକ୍ରାନ୍ତ ବଣମଣିଷ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜ୍ୱରରେ ଆକ୍ରାନ୍ତ ବଣମଣିଷ । ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ପାଞ୍ଚ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣଙ୍କୁ ଜ୍ୱର ହୋଇଛି । ଜ୍ୱର ହୋଇଥିବା ଜଣା ପଡିବା ପରେ ନନ୍ଦନକାନନର ମେଡିକାଲ ଟିମ୍ ଆର୍ଲଟରେ ରହିଛି । ବର୍ତ୍ତମାନ ଅସୁସ୍ଥ ଓରାଙ୍ଗଉଟାନର ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । ନନ୍ଦନକାନନରେ ଥିବା କେୟାର ଟେକରମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଚିକିତ୍ସା ଚାଲିଛି । ସୂଚନା ଅନୁସାରେ ଓରାଙ୍ଗଉଟାନମାନଙ୍କୁ ଗ୍ୟାସ୍ ହେବା ପରେ ଏବେ ୩ଘଣ୍ଟାକୁ ଥରେ ଖାଇବାକୁ ଦିଆଯାଉଛି । ଏହା ସହ ସଙ୍ଗରୋଧ ଘରକୁ ମଶା ନ ପଶିବା ଲାଗି ତାର ଜାଲି ବୁଲା ଯାଇଛି । ଜ୍ୱର ହେବା ପରେ ଓରାଙ୍ଗଉଟାନକୁ ଅନ୍ୟମାନଙ୍କ ଠାରୁ ଅଲଗା ରହାଯାଇଛି । ସଙ୍ଗରୋଧ ଘରେ ରଖି ତାର ଚିକିତ୍ସା କରାଯାଉଥିବା ବେଳେ ତା ଖାଦ୍ୟପେୟ ଓ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଶେଷ ଯତ୍ନ ନିଆଯାଉଛି । ସେପଟେ ଓରାଙ୍ଗଉଟାନଙ୍କ ସୁରକ୍ଷା ପାଇଁ ୫ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି । ୫ ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି ପିସିସିଏଫ୍ ।

ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଓ ରକ୍ଷଣାବେକ୍ଷଣ ଉପରେ ନଜର ରଖିବେ। ନନ୍ଦନକାନନରେ ଥିବା ଓରାଙ୍ଗଉଟାନଙ୍କ ଯତ୍ନ ସହ ଜଡ଼ିତ ସମସ୍ତ ବିଷୟରେ ଏହି ଟିମ୍ ଅନୁଧ୍ୟାନ କରିବ। ୫ ଜଣିଆ ଟିମରେ ନନ୍ଦନକାନନ ବାୟୋଲଜିକାଲ ପାର୍କର ନିର୍ଦ୍ଦେଶକ କମିଟିର ସଦସ୍ୟ-ଆବାହକ ରହିବେ। ମହୀଶୂରର ଶ୍ରୀ ଚାମରାଜେନ୍ଦ୍ର ପ୍ରାଣୀ ଉଦ୍ୟାନର ଜଣେ ପ୍ରାଣୀ ଚିକିତ୍ସକ, ଡେରାଡୁନ୍ ର ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଜଣେ ପ୍ରତିନିଧି ଏବଂ ଭୁବନେଶ୍ୱର ଙଟଇଞର ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍ଥର ପ୍ରୋଜେକ୍ଟ କୋଅର୍ଡିନେଟର, ନ୍ୟାସନାଲ ଜୁଲଜିକାଲ ପାର୍କର ଭେଟେନାରୀ ଅଫିସର ସଦସ୍ୟ ରହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା