ପୁରୀରେ ଖଜା ଦୋକାନରେ ଚଢାଉ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ଖଜା ଦୋକାନରେ ଚଢାଉ । ଶ୍ରୀମନ୍ଦିର ପାଖରେ ଥିବା ବିଭିନ୍ନ ଗଜା ଦୋକାନ ଓ ଖଜା କାରଖାନାରେ ରେଡ୍ ହୋଇଛି । ଗୁରୁବାର ସକାଳୁ ଖାଦ୍ୟ ଏବଂ ଯୋଗାଣ ବିଭାଗ ସହିତ ପୁଲିସ୍ ଟିମ୍ ଚଢାଉ ହୋଇଛି । ଅସ୍ୱାସ୍ଥ୍ୟକର ଭାବେ ତିଆରି ହେଉଥିବା ଖଜାକୁ ନଷ୍ଟ କାରିବା ସହିତ ଦୋକାନୀଙ୍କ ଠାରୁ ଫାଇନ୍ ମଧ୍ୟ ଆଦାୟ କରାଯାଇଛି । ଯାଞ୍ଚ୍ ବେଳେ ଘରୋଇ ଗ୍ୟାସ୍ ବ୍ୟବହାର କରାଯାଉ ଥିବା ମଧ୍ୟ ଦେଖିବାକୁ ମିଳିଛି ।

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଓ ପର୍ୟ୍ୟଟକଙ୍କ ମଧ୍ୟରେ ପୁରୀର ଖଜାର ଚାହିଦା ଅଧିକ। ତେଣୁ ଖଜାର ମାନ, ଖାଦ୍ୟ ସୁରକ୍ଷା ଓ ବିକ୍ରି ବ୍ୟବସ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ କରାଯାଇଛି। ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳ ସମେତ ଶ୍ରୀକୃଷ୍ଣ ସିନେମା ଲେନ୍‌, ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ଓ ଆଖପାଖ ଅଞ୍ଚଳରେ ଥିବା ଖଜା ଗୋଦାମ ଏବଂ କାରଖାନାରେ ଏହି ଚଢ଼ାଉ କରାଯାଇଥିଲା । ଖଜା କେଉଁ ପରିବେଶରେ ପ୍ରସ୍ତୁତ ହେଉଛି, ଏହାର ଗୁଣବତ୍ତା କିଭଳି ରହିଛି, ଓଜନରେ କୌଣସି ହେରଫେର ହେଉଛି କି ନାହିଁ, ପ୍ୟାକେଜିଂ ଓ ଖାଦ୍ୟ ସୁରକ୍ଷା ଲାଇସେନ୍ସ ରହିଛି କି ନାହିଁ, ସେସବୁ ଯାଞ୍ଚ କରାଯାଉଛି । ଯାଞ୍ଚ ବେଳେ ଭେଜାଲ କିମ୍ବା ନିମ୍ନମାନର ଖଜା ଠାବ ହେଲେ ତାହାକୁ ତୁରନ୍ତ ଜବତ କରାଯିବ। ଏଥିସହ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ନିୟମ ଅନୁଯାୟୀ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସିଟି ଡିଏସ୍‌ପି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ