Before Header

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ୨ ମୃତ

0 12

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ।  ଧାରଚୁଲା ଜିଲ୍ଲାର ଜୁମ୍ମା ଗାଁ ଓ ତପୋବନ ଇଲାକାରେ ବାଦଲ ଫାଟିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ୫ଜଣ ମାଟିତଳେ ଚାପିହୋଇଯାଇଥିବା ସୂଚନା ମିଳିଛି । ଏହି ବର୍ଷାରେ ଘର ଭାଙ୍ଗିଯିବା ସହ ଅନେକ କ୍ଷୟକ୍ଷତି ହୋଇଛି ।

ଉଦ୍ଧାରକାରୀ ଦଳ ସେଠାରେ ପହଂଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି । ପ୍ରବଳ ବର୍ଷା ଯୋଗୁଁ ତପୋବନ ଇଲାକାରେ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ଧାରଚୁଲା ଅଂଚଳରେ ଏବେ ବିପଦ ବଢିବାରେ ଲାଗିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.