Masthead

ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ । ଗଞ୍ଜାମ ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତ ଉପାନ୍ତ ତଡମା ଗାଁରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ଅଗ୍ନିଶମ ବାହିନୀର ବୋଟ । ସୂଚନା ଅନୁଯାୟୀ, ନଦୀ ସେପଟ ଗାଁରେ ଗର୍ଭବତୀ ମହିଳା ଆରତୀ ଗୌଡ଼ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ନଦୀର ପ୍ରଖର ସ୍ରୋତରେ ବୋଟ ଦୁର୍ଘଟଣା ଯୋଗୁଁ ଗର୍ଭବତୀଙ୍କ ପାଖରେ ଭଞ୍ଜନଗର ବ୍ଲକ ପ୍ରଶାସନ ପହଂଚି ପାରିଲେ ନାହିଁ  ।

ବର୍ତ୍ତମାନ ଭଗବାନଙ୍କ ଭରସାରେ ମହିଳା ଜଣଙ୍କ ନଦୀ ଆରପଟ ଗାଁରେ ରହିଛନ୍ତି । ବର୍ଷା ଯୋଗୁଁ ଉପାନ୍ତ ତଡ଼ମା ଗାଁକୁ ଲାଗି ଏକ ଜଙ୍ଗଲୀ ନଦୀ ବୋହି ଯାଇଛି । ଆଜି ସକାଳେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ଆସିବାରୁ ଭଞ୍ଜନଗର ପ୍ରଶାସନକୁ ଖବର ଦେଇଥିଲେ ପରିବାର ଲୋକେ । ଭଞ୍ଜନଗର ଓ ବେଲଗୁଣ୍ଠା ଉଭୟ ଅଗ୍ନୀଶମ ବାହିନୀ ଙ୍କୁ ସାଙ୍ଗରେ ନେଇ ଭଞ୍ଜନଗର ବିଡିଓ ଓ ସିଡିପିଓ ଟିମ୍ ସହିତ ଗାଁ ମୁଣ୍ଡରେ ପହଂଚିଥିଲେ । ସେଠାରେ ଗର୍ଭବତୀଙ୍କୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ କିନ୍ତୁ ନଦୀର ପ୍ରଖର ପାଣିରେ ବୋଟ ଟି ଓଲଟି ପଡିବାରୁ ଉଦ୍ଧାର କରିପାରି ନ ଥିଲେ । ବୋଟ ଓଲଟିଲା ପରେ ମଧ୍ୟ ଅଗ୍ନିଶମ କର୍ମଚାରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା