ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ । ଅଧୀକ୍ଷଣ ଯନ୍ତ୍ରୀଙ୍କ ଠାରୁ ଏବଂ ତାଙ୍କ ଭଡ଼ାଘରରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ କରିଛି ଭିଜିଲାନ୍ସ। ଜବତ ଟଙ୍କାର କେଉଁଠୁ ଆସିଲା, ସେନେଇ ସନ୍ତୋଷଜନକ ହିସାବ ଦେଇ ନପାରିବାରୁ ଏହି ଟଙ୍କାକୁ ଜବତ କରାଯାଇଛି ।  କଟକ ଜଗତପୁର ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ । ଲାଞ୍ଚ କାରବାର ଅଭିଯୋଗରେ ପ୍ରସନ୍ନଜିତଙ୍କୁ ଭୁବନେଶ୍ବର ଏଜି ଛକ ନିକଟରୁ କାବୁ କରିବା ସହ ଅଟକ ରଖିଛି ଭିଜିଲାନ୍ସ । କଣ୍ଟ୍ରାକ୍ଟରମାନଙ୍କଠାରୁ ଲାଞ୍ଚ ଆଦାୟ କରୁଥିବା ଅଭିଯୋଗରେ ତାଙ୍କୁ ଅଟକ ରଖିଛି ପୁଲିସ ।

ଏହି ଘଟଣାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୧ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି । ବିଳମ୍ବିତ ରାତିର ତଲାସି ବେଳେ ପ୍ରସନ୍ନଜିତଙ୍କ ନିକଟରୁ ୭ ଲକ୍ଷ ୨୮ ହଜାର ଟଙ୍କା ମିଳିଥିଲା ।  ଏହାପରେ ଭଡ଼ା ଫ୍ଲାଟରୁ ଆହୁରି ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଆଜି ସକାଳେ ଭୁବନେଶ୍ବର ଘାଟିକିଆସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସି ଭଡ଼ା ଘର ଏବଂ ବଡ଼ଗଡ଼ସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ାଉ କରୁଛି । ତେବେ ପ୍ରସନ୍ନଜିତ ଜବତ ଟଙ୍କାର ହିସାବ ଦେଇ ନପାରିବାରୁ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ 🔴 ୨୫ରେ ଲଘୁଚାପ! 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ 🔴 ୨୫ରେ ଲଘୁଚାପ! 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର