Before Header

ପିପିଲି ମାଟିରେ ଲୋଟିବ କିଏ ?

0 1,040

ପିପିଲି(ବଡ଼ ଖବର ବ୍ୟୁରୋ): ଚାନ୍ଦୁଆର ନଗରୀ ପିପିଲି ହେଉଛି ଓଡ଼ିଶା ବିଧାନସଭାର ହଟସ୍ପଟ ସିଟ୍ । ଆସନ ସଂଖ୍ୟା ୧୧୦ । ରାଜଧାନୀର ଉପକଣ୍ଠ, ଶ୍ରୀକ୍ଷେତ୍ରର ମାଟିରେ ଅବସ୍ଥାପିତ ଏହି ନିର୍ବାଚନ ମଣ୍ଡଳୀ । ଗଠନ ୧୯୫୧ ମସିହା । ସେହି ଦିନଠାରୁ ରାଜ୍ୟ ରାଜନୀତିର ହଟସ୍ପଟ କ୍ଷେତ୍ର ଭାବେ ପରିଚିତ । ନିର୍ବାଚନ ମଣ୍ଡଳୀ ହେବା ଦିନଠୁ ଅନୁଷ୍ଠିତ ହୋଇଛି ୧୬ଟି ଇଲେକ୍ସନ । ଏଠାକାର ଭୋଟର ବି ସାମ୍ନା କରିଛନ୍ତି ଉପ ନିର୍ବାଚନ । ସବୁବେଳେ ସମସ୍ତଙ୍କ ନଜରରେ ରହିଥାଏ ପିପିଲି । ଇଲେକ୍ସନ ଆସିଲେ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ଆଖିରେ ଥାଏ ଏହି ଆସନ । ନିର୍ବାଚନ ଆସିଲେ ଛୁଟେ ରକ୍ତର ସୁଅ । ଗଡେ ମୁଣ୍ଡ । କେତେ ଯେ ପରିବାର ହୋଇଯାଏ ଛାରଖାର । ୧୯୯୫ ମସିହା ଠାରୁ ରାଜ୍ୟରେ କମ୍ପନ ସୃଷ୍ଟି କରିଆାସୁଛି । ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ନଟୁ ଓ କେଦାରକୁ ନେଇ ବେଶ ରାଜ୍ୟରେ ଚର୍ଚ୍ଚା ପାଲଟିଥିଲେ । ଏବେ ଆଉ ନାହାନ୍ତି ଏହି ଦୁଇ ନେତା । କିନ୍ତୁ ଛାଡିଯାଇଛନ୍ତି ନିଜର ଛାପ । ୨୦୨୪ ଭୋଟକୁ ନେଇ ପୁଣି ସରଗରମ ହୋଇଉଠିଛି ପିପିଲି । ଚେଇଁ ଉଠିଛି ପୁରୁଣା ତାତି । ମାହୋଲ ହୋଇଛି ଗରମ ।

୨୦୨୧ ଉପ ନିର୍ବାଚନର ଦୁଇ ପ୍ରତିଦ୍ୱନ୍ଦୀ ତଥା ବିିଜେଡି ଓ ବିଜେପିର ବାଇପୋଲ ଚେହେରାକୁ ପୁଣି ମଇଦାନକୁ ଓହ୍ଲାଇଛି ଦଳ । ବିଜେଡିରୁ ରୁଦ୍ର ମହାରଥୀ ଏବଂ ବିଜେପିରୁ ଆଶ୍ରିତ ପଟ୍ଟନାୟକ । ନୂଆ ଭାବେ କ୍ଷେତ୍ରକୁ ଜ୍ଞ୍ୟାନରଞନ ପଟ୍ଟନାୟକଙ୍କୁ ଅଗ୍ନି ପରୀକ୍ଷା ଦେବାକୁ କଂଗ୍ରେସ ପଠାଇଛି । ବର୍ଷୀୟାନ ରାଜନେତା ପୂର୍ବତନ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସହ ପ୍ରତିଦ୍ୱନ୍ଦୀ କରିଆସୁଥିଲେ ଆଶ୍ରିତ । ଆଶ୍ରିତଙ୍କୁ ବି ଉପ-ନିର୍ବାଚନରେ ପ୍ରଦୀପଙ୍କ ପୁଅ ରୁଦ୍ରଙ୍କୁ ସାମ୍ନା କରି ପରାସ୍ତ ହେବାକୁ ପଡିଥିଲା । ପୁଅ ରୁଦ୍ର ମଧ୍ୟ ବାପାଙ୍କ ଟେକ ରଖିଥିଲେ । ଗୋଟି ଚାଳନା କରି ବାପାଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦୀ ଯୁଧିଷ୍ଟିର ସାମନ୍ତରାୟଙ୍କ ପରିବାରକୁ ଦଳରେ ସାମିଲ କରି ବାପାଙ୍କ ପରି ପୁଅ ବି ଆଶ୍ରିତଙ୍କୁ ବିଜୟ ସ୍ୱାଦ ଚଖାଇଦେଲେନି, କଲେ ପରାସ୍ତ । ଉପ-ନିର୍ବାଚନରେ ରୁଦ୍ରଙ୍କୁ ମିଲିଥିଲା ୯୬ହଜାର ୯୭୨ ଖଣ୍ଡ ଭୋଟ ଏବଂ ଆଶ୍ରିତ ପାଇଥିଲେ ୭୬ ହଜାର ୫୬ଖଣ୍ଡ ଭୋଟ । ୨୦ହଜାର ୯୧୬ଖଣ୍ଡ ଭୋଟରେ ଆଶ୍ରିତଙ୍କୁ ପରାଜୟ କରିଥିଲେ ରୁଦ୍ର । କିନ୍ତୁ ୧୯ ସାଧାରଣ ଇଲେକ୍ସନ ଅପେକ୍ଷା ଆଶ୍ରିତ ୨୧ ବାଇପୋଲରେ ଭୋଟ ବୃଦ୍ଧି କରିପାରିଥିଲେ । ଆଉ ଏବେ ପୁଣି ୨୪ ନିର୍ବାଚନରେ ହେଉଛନ୍ତି ମୁହାଁମୁହିଁ । କିନ୍ତୁ ଉଭୟଙ୍କ ପାଇଁ ହାତ ଦଳର ପ୍ରାର୍ଥୀ ଜ୍ଞ୍ୟାନ ସୃଷ୍ଟି କଲେଣି ମୁଣ୍ଡ ବିନ୍ଧା ।

ଜ୍ଞ୍ୟାନ ଖେଳିଲେଣି ୧୯୯୫ର ଗେମ୍ ପ୍ଲାନ । ଯମିତି ସେତେବେଳେ ଦଳ ବିଜୟ ବାନା ଉଡାଇଥିଲା ଚଳିତ ଇଲେକ୍ସନରେ ବି ଗଡକୁ ଫେରେଇ ଆଣିବା ପାଇଁ ଖେଳାଇଦେଲେଣି ପୁରୁଣା କାର୍ଡ । ଦଳରୁ ମୁହଁ ଫେରେଇ ନେଇ ଥିବା ନେତାଙ୍କୁ ଏକତ୍ରିତ କରି ମଜଭୁତ ବନାଇବା ପାଇଁ ମୁଣ୍ଡଝାଳ ତୁଣ୍ଡରେ ମାରିଦେଲେଣି । ଆଶ୍ରିତ ବି ଆଉ ପଛରେ ନ ପଡି ନାମାଙ୍କନ ଭରି ଶକ୍ତି ପ୍ରଦର୍ଶନ କରି ଜୋରଦାର କରିଦେଲେଣି ପ୍ରଚାର ପ୍ରସାର । ଯେହେତୁ ବିଗତ ନିର୍ବାଚନ ଗୁଡିକରେ ଖୁବ୍ କମ ଭୋଟରେ ତାଙ୍କୁ ପରାଜୟ ବରଣ କରିବାକୁ ପଡେ ସେଥିପାଇଁ ଚଳିତ ନିର୍ବାଚନରେ ସେ ଭୁଲକୁ ପୁର୍ନାବୃତ୍ତି କରିବାକୁ ଚାହୁଁନାହାନ୍ତି । ସମୟକୁ ନଷ୍ଟ ନ କରି ମଇଦାନରେ କରୁଛନ୍ତି ସମର ସଜ୍ଜା । ସେପଟେ ଦଳ ବଳ ଧରି ବାଇପୋଲରେ ବାପାଙ୍କ ଆସନ ଦଖଲ କରିଦେଲେ ସିନା, କିନ୍ତୁ ୨୪ ଇଲେକ୍ସନ ତାଙ୍କ ପାଇଁ ଚ୍ୟଲେଞ । କାହିଁକି ନା ସାଥିରେ କେହି ନାହାନ୍ତି ତେଣୁ କାଲ ବିଳମ୍ବ ନ କରି ବିଜୟ ଧାରା ବଜାଇ ରଖିବା ପାଇଁ ଚଳାଇଛନ୍ତି ଉଦ୍ୟମ । ୨୦୨୪ ଭୋଟ ଏମାନଙ୍କ ପାଇଁ ଗୋଟେ ଅଗ୍ନି ପରୀକ୍ଷା । ଯିଏ ଆସନ ହାତେଇବ ସେ ହିଁ ବନିଯିବ ବାଦସାହା । ଯିଏ ପରାଜୟ ବରଣ କରିବ ସେ ମାଟିରେ ଲୋଟିବ ।

Leave A Reply

Your email address will not be published.