Masthead

ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବେ କି ମମତା?

କୋଲକାତା(ବଡ଼ ଖବର ବ୍ୟୁରୋ): ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ବିପୁଳ ବିଜୟ ପରେ ପ୍ରଥମ ଥର ପାଇଁ ଜୁଲାଇ ୨୫ରେ ଦିଲ୍ଲୀ ଯିବେ ଦିଦି । ଏହି ଗସ୍ତରେ ସେ ସୋନିଆ ଗାନ୍ଧୀଙ୍କ ସମେତ ପ୍ରମୁଖ ବିରୋଧୀ ଦଳର ନେତା ମାନଙ୍କୁ ଭେଟିବେ । ଏଥିରେ ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ଉପରେ ମଧ୍ୟ ଆଲୋଚନା କରିପାରନ୍ତି ମମତା । ସେପଟେ ମମତାଙ୍କ ଦିଲ୍ଲୀ ଗସ୍ତ ଖବର ଆସିବା ପରେ ସରଗରମ ହେବାରେ ଲାଗିଲାଣି ଜାତୀୟ ରାଜନୀତି । ମମତା ତାଙ୍କ ଗସ୍ତରେ ସୋନିଆ ଗାନ୍ଧୀଙ୍କ ସହ ଏନସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

ସେପଟେ ଏହି ସମୟରେ ସଂସଦରେ ମୌସୁମୀ ଅଧିବେଶନ ମଧ୍ୟ ଚାଲିଥିବ । ଏହି ସମୟରେ ସରକାରଙ୍କୁ ଘେରିବାକୁ କି ରଣନୀତି ଆପଣାଇବେ ସେ ନେଇ ମଧ୍ୟ ଆଲୋଚନା କରିବେ ବିରୋଧି ଦଳ । ତେବେ ସଂସଦର ପ୍ରତିଟି ଅଧିବେଶନ ପୂର୍ବରୁ ବିରୋଧୀମାନେ ଏକାଠି ହୋଇ ବିଭିନ୍ନ ରଣନୀତି ପ୍ରସ୍ତୁତ କରିଥାନ୍ତି । ମହାମାରୀ ପାଇଁ ଏପର୍ଯ୍ୟନ୍ତ ବିରୋଧୀ ଦଳ ଗୁଡ଼ିକ ବୈଠକ କରିପାରିନାହନ୍ତି । ଏପଟେ ତୃଣମୂଳ କଂଗ୍ରେସ ଦଳର ଏକ ପ୍ରତିନିଧିମଣ୍ଡଳ (ଯାହା ମଧ୍ୟରେ ୬ ଜଣ ସାଂସଦ ସାମିଲ ଅଛନ୍ତି) ଆଜି ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ