ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ପୋଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ ହୋଇଛି। ଆଇପିଏସ୍ ସ୍ତରରେ ଏହି ଅଦଳବଦଳରେ ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲା ଏସ୍ପି ପର୍ଯ୍ୟନ୍ତ ଅନେକଙ୍କୁ ନୂଆ ଦାୟିତ୍ୱ ମିଳିଛି। ଜେଲ୍ ବିଭାଗର ଡିଜି ସୁଶାନ୍ତ ନାଥଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି। ସେହିପରି ଅମିତାଭ ଠାକୁରଙ୍କୁ କଟକ ପରିବହନ କମିଶନର ଭାବେ ଦାୟିତ୍ଵ ଦିଆଯାଇଛି ।

ରାଜେଶ କୁମାରଙ୍କୁ ଗୃହ ବିଭାଗ ସ୍ଵତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମା ହେଲେ ଭିଜିଲାନ୍ସ ଡିଆଇଜି । ଝାରସୁଗୁଡ଼ା ଏସପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ପୁଲିସ ମୁଖ୍ୟାଳୟ AIG ଦାୟିତ୍ଵ ଦିଆଯାଇଛି । ନୂଆପଡ଼ା ଏସପି ଅମ୍ରିତପାଲ ସିଂଙ୍କୁ ପୁଲିସ ମୁଖ୍ୟାଳୟ ଏସପି ଭାବେ ବଦଳି କରାଯାଇଛି । ସୋନାଲି ସିଂ ପରମାରଙ୍କୁ ଝାରସୁଗୁଡ଼ା ଏସପି ଦାୟିତ୍ଵ ଦିଆଯାଇଛି । ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସପି ଭାବେ ଦାୟିତ୍ଵ ଦିଆଯାଇଛି ।
