Before Header

ସାଧାରଣ ଜନତା ହେବାପରେ ହସ୍ପିଟାଲର ଅସଲ ଚେହେରା ଦେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

0 33

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ବିଲ ପାସ କରିବା ଏବଂ ଗ୍ରାଉଣ୍ଡକୁ ଯାଇ ଏହାର ନିରୀକ୍ଷଣ କରିବା ମଧ୍ୟରେ ଅନେକ ଫରକ ରହିଛି । କାହିଁକିନା ବାସ୍ତବ ଚିତ୍ରକୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼ିଥାଏ । ଏହା ମଧ୍ୟରେ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏପରି ଏକ ଘଟଣାର ଖୁଲାସା କରିଛନ୍ତି । କିଛି ଦିନ ପୂର୍ବରୁ ନିଜେ ସାଧାରଣ ଜନତା ସାଜି ସଫଦରଗଞ୍ଜ ହସ୍ପିଟାଲରେ ଅଚାନକ ନୀରିକ୍ଷଣ ପାଇଁ ପହଞ୍ଚିଥିଲେ । ହେଲେ ଜଣେ ଗାର୍ଡ଼ ସେଠାରେ ତାଙ୍କୁ ପିଟିଥିବାର କଥା ଏବେ ଚର୍ଚ୍ଚାରେ ରହିଛି । ସବୁଠାରୁ ରୋଚକ କଥାଟି ହେଉଛି ଏହାର ଖୁଲାସା ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ କରିଛନ୍ତି । ତେବେ ସଫଦରଗଞ୍ଜ ହସ୍ପିଟାଲରେ ଚାରି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୁବିଧାର ଉଦଘାଟନ ସମାରୋହରେ ଡ଼ାକ୍ତରଙ୍କ ସମ୍ନାରେ ଏପରି କହିଥିବାର ସୂଚନା ମିଳିଛି ।

ଏହା ସହ ହସ୍ପିଟାଲରେ ବହୁତ ଅସୁବିଧା ଦେଖିବାକୁ ମିଳଛି । ଏହାକୁ ଦୃଷ୍ଟିରେ ରଖି ରୋଗୀଙ୍କ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା ସହ ହସ୍ପିଟାଲର ଅବ୍ୟବସ୍ଥା ଦୂର କରିବା ଏବଂ ଏହାକୁ ମୋଡ଼େଲ ହସ୍ପିଟାଲ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସେ ଜଣେ ରୋଗୀ ଭାବେ ହସ୍ପିଟାଲ ନୀରିକ୍ଷଣ କରିବାକୁ ପହଞ୍ଚିଥିଲେ । ସେଠାରେ ଏକ ବେଞ୍ଚରେ ବସିବାରୁ ଜଣେ ସୁରକ୍ଷା ଗାର୍ଡ ତାଙ୍କୁ ତାଗିଦ କରିଥିଲେ । କେବଳ ଏତିକି ନୁହେଁ ବରଂ ତାଙ୍କୁ ଲାଠିରେ ମଧ୍ୟ ପିଟିଥିଲେ । ଶେଷରେ ସେଠାରେ ବସିବା ପାଇଁ ତାଙ୍କୁ ସୁରକ୍ଷା ଗାର୍ଡ ମନା କରିଥିଲେ । ଗ୍ରାଉଣ୍ଡକୁ ଗଲା ପରେ ହସ୍ପିଟାଲର ଅନେକ ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । ଅନେକ ରୋଗୀଙ୍କୁ ଷ୍ଟ୍ରେଚର ଓ ଅନ୍ୟ ଚିକିତ୍ସା ସୁବିଧା ପାଇଁ ନାକେଦମ ହେବାକୁ ପଡ଼ୁଛି । ଏପରିକି ଜଣେ ୭୫ ବର୍ଷୀୟ ବୃଦ୍ଧାଙ୍କ ପାଇଁ ଏକ ଷ୍ଟ୍ରେଚର ମଧ୍ୟ ମିଳିନଥିଲା । ଏନେଇ ବୃଦ୍ଧାଙ୍କ ପୁଅ ଗାର୍ଡ଼ଙ୍କୁ ବାରମ୍ବାର ଗୁହାରି ମଧ୍ୟ କରୁଥିଲେ । ଗାର୍ଡଙ୍କ ବ୍ୟବହାର ଦେଖିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ ।

ହସ୍ପିଟାଲରେ ୧୫୦୦ରୁ ଅଧିକ ଗାର୍ଡ଼ ଥିଲେ ମଧ୍ୟ ବୃଦ୍ଧା ମହିଳାଙ୍କୁ କାହିଁକି ସାହାଯ୍ୟ ମିଳିଲା ନାହିଁ ? ଏହି ପୂରା ଘଟଣାକ୍ରମ ବିଷୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରାଇଛନ୍ତି । ସେ ମଧ୍ୟ ଏହା ଶୁଣି ବିଚଳିତ ହୋଇଥିଲେ । ଏବଂ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଗାର୍ଡଙ୍କୁ ନିଲମ୍ବିତ କରାଗଲା କି ନାହିଁ? ଏହାର ଜବାବରେ ମାଣ୍ଡଭିୟ କହିଥିଲେ ସେ ଗାର୍ଡଙ୍କୁ ଏଥିପାଇଁ ସସପେଣ୍ଡ କଲେ ନାହିଁ କାରଣ ସେ କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ ବରଂ ପୂରା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଚାହୁଁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

 

Leave A Reply

Your email address will not be published.