Masthead

ପୁରୀ ପରେ କଳାହାଣ୍ଡିରୁ ନିମନ୍ତ୍ରଣ, ନବୀନ ଲଢିବେ କେଉଁଠୁ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଥର ନବୀନ ଲଢିବେ କେଉଁଠୁ? ଗତ ଥର ଦୁଇଟି ଜାଗାରୁ ଲଢିଥିଲେ । ତାଙ୍କର ପାରମ୍ପରିକ ଆସନ ଦକ୍ଷିଣ ଓଡ଼ିଶା ହିଞ୍ଜିଳିକାଟରୁ । ଆଉ ଶେଷ ମୁହୂର୍ତ୍ତରେ ଯାଇ ଲଢିଲେ ପଶ୍ଚିମ ଓଡ଼ିଶାର ବିଜେପୁରରୁ । କୁହାଗଲା ଏଥିରୁ ବିଜେଡିକୁ ପଶ୍ଚିମ ଓଡ଼ିଶାରେ ଲାଭ ମିଳିଲା । କାହିଁକି ନା ପଶ୍ଚିମ ଓଡ଼ିଶାରେ ବିଜେପିର ହାୱା ଖୁବ୍ ଜୋରସୋରରେ ଚାଲୁଥିଲା । ତାକୁ ଅଟକାଇବାକୁ ହେଲେ ନବୀନଙ୍କୁ ପଶ୍ଚିମ ଓଡ଼ିଶାରୁ ନେଇ ଲଢେଇବାର ଆବଶ୍ୟକତା ଥିଲା ବୋଲି ବିଜେଡି ନେତାମାନେ ରଣନୀତି କରିଥିଲେ ।

ଠିକ ଏଥର ବି ସେମିତି କିଛି ହେଲାନି । ଚାରିଆଡ଼ୁ ସ୍ୱର ଉଠିଲାଣି ନବୀନ ଲଢନ୍ତୁ ଆମ ଏରିଆରୁ । ଶ୍ରୀମନ୍ଦିରର ବରିଷ୍ଠ ଦଇପତି ତଥା ବିଜେଡି ନେତା ରାମକୃଷ୍ଣ ଦାସମହାପାତ୍ର ଦାବି କଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ପୁରୀ ବିଧାନସଭାରୁ ଲଢନ୍ତୁ । ତଙ୍କର ଦାବିକୁ ନେଇ ବଡ଼ ଚର୍ଚ୍ଚା ହେଉଛି । ତାଙ୍କ ଦାବିର ଉତ୍ତରରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଲେଣି ନରେନ୍ଦ୍ର ମୋଦି ଲଢିବେ ପୁରୀ ଲୋକସଭାରୁ ।

ଏ ଚର୍ଚ୍ଚା ଥମୁନଥିବାବେଳେ ସେପଟେ ବରିଷ୍ଠ ବିଧାୟକ ଭୂପିନ୍ଦର ସିଂ କହିଲେଣି ନବୀନ ଲଢନ୍ତୁ କଳାହାଣ୍ଡିରୁ । ଯାହା ଏକ ରାଜନୀତିର ରୋଚକତା ତିଆରି କରିଛି । ନବୀନ ପଟ୍ଟନାୟକ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ସେ ଯେଉଁଠୁ ଲଢିବେ ସେଠି ତାଙ୍କ ଦଳକୁ ନିଶ୍ଚିତ ରୂପେ ଲାଭ ହେବ । ତାଙ୍କ ଦଳ ଫାଇଦାରେ ରହିବ । ବିରୋଧୀଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି ହେବ । ସେଥିପାଇଁ ବିଭିନ୍ନ ଅଞ୍ଚଳରୁ ନେତା ନୀବନଙ୍କୁ ଡ଼ାକି ନିଜ ଅଞ୍ଚଳରୁ ଲଢିବା ପାଇଁ ଉଦ୍ୟମ କରୁଛନ୍ତି । ନବୀନଙ୍କ ହାୱାରେ ଯେମିତି ସେମାନେ ବି ଆଗକୁ ବଢିଯିବେ । ଯେଉଁଠି ବିଜେଡି ବିରୋଧରେ ଜନମତ ଥିବ ତାହାଲେ ନିଶ୍ଚିତ ରୂପେ ନବୀନଙ୍କ ଲଢିବା ଦ୍ୱାରା ବିଜେଡି ସପକ୍ଷକୁ ଚାଲି ଯିବ । କଳାହାଣ୍ଡିର ବିଜେଡି ନେତା ଶାରଦା ପ୍ରସନ୍ନ ସ୍ୱାଇଁ ସେ ମଧ୍ୟ ନବୀନଙ୍କ କଳାହାଣ୍ଡି ଲଢିବା ଚର୍ଚ୍ଚାକୁ ସ୍ୱାଗତ କରିଛନ୍ତି । ନିର୍ବାଚନ ଯେତେ ପାଖେଇ ଆସୁଛି କିଏ କେଉଁଠୁ ଲଢିବ ସେତେ ଚର୍ଚ୍ଚା ବଢୁଛି ।

ଗତ ଥର ଚର୍ଚ୍ଚା ହେଉଥିଲା ନରେନ୍ଦ୍ର ମୋଦି ପୁରୀରୁ ଲଢିବେ । କିନ୍ତୁ ସେଭଳି କିଛି ହେଲା ନାହିଁ । ଏଥର ବି ସେ ଚର୍ଚ୍ଚା ବଢୁଛି । ଏପଟେ ଏଥର ନବୀନ ପୁରୀରୁ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା ବେଳେ କଳାହାଣ୍ଡି କି କଥା ଗଲାଣି । ଗତଥର ନବୀନ ଦୁଇଟି ଜାଗାରୁ ଲଢିଥିଲେ । ହିଞ୍ଜିକାଟୁ ଆଉ ବିଜେପୁର । ଉଭୟ ଜାଗାରୁ ଜିତିଥିଲେ । ହିଞ୍ଜିକାଟୁ ରଖିଥିଲେ ବିଜେପୁରକୁ ଛାଡ଼ିଥିଲେ । ଯେଉଁଠି ପରେ ଉପନିର୍ବାଚନ ହୋଇଥିଲା । ସେଭଳି ଏଥର ନବୀନ କେତୋଟି ଜାଗାରୁ ଲଢିବେ ଆଉ କେଉଁ ଆସନକୁ ଶେଷରେ ବାଛିବେ ଆଉ କେଉଁ ଆସନକୁ ଛାଡିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ