Masthead

ଅସହାୟ ୭ ପ୍ରାଣୀକୁଟୁମ୍ବ

ବନ୍ତ (ବଡ଼ ଖବର ବ୍ୟୁରୋ): ଅସହାୟ ଅବସ୍ଥାରେ ୭ ପ୍ରାଣୀକୁଟୁମ୍ବ । ୪ ବର୍ଷ ହେବ ବାପା ଆରପାରିରେ । ଘର ମୁରବିଙ୍କ ଅକାଳ ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ସପରିବାର । ରୋଜଗାରର ପନ୍ଥା ବନ୍ଦ ହୋଇପଡିଛି । ଅସହାୟ ଅବସ୍ଥାରେ ୭ ପ୍ରାଣୀକୁଟୁମ୍ବ ଦିନ କାଟୁଛନ୍ତି । ନିଜସ୍ୱ ଘର ନଥିବାରୁ ସରକାରୀ ଜମିରେ କୁଡ଼ିଆ ଘର କରି ରହୁଛନ୍ତି। ଏଭଳି ଘଟଣା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ନଳିତାଗଡ଼ିଆ ଗାଁରେ ଦେଖିବାକୁ ମିଳିଛି । ଗାଁର ସନାତନ ଜେନା ଟ୍ରାକ୍ଟର ଚଳାଇ ଦୁଃଖ କଷ୍ଟରେ ସଂସାର ଚଳାଉଛନ୍ତି । ୨ ବର୍ଷ ପୂର୍ବେ ଗାଡ଼ି ଚଲାଉଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରି ଅଚେତ ହୋଇ ଯାଇଥିଲେ । ତାଙ୍କୁ ଆଗରପଡ଼ା ଓ ଭଦ୍ରକ ପରେ କଟକ ମେଡିକାଲକୁ ନିଆଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଵାମୀଙ୍କ ଅକାଳ ବିୟୋଗରେ ସ୍ତ୍ରୀ ସତ୍ୟଭାମାଙ୍କ ସହ ଦୁଇ ଝିଅ ଓ ୩ ପୁଅ ଅଭାବ ଅନାଟନ ସହ ଗତି କରୁଛନ୍ତି ।

ବଡ ଝିଅ କଲେଜରେ ପଢୁଥିବାବେଳେ ବଡ଼ ପୁଅ ବାପାର ଅକାଳ ବିୟୋଗ ପରେ ପାଠ ପଢା ଛାଡି ଟ୍ରାକ୍ଟର ଚଳାଉଛି । ବିବାହ ପରେ ତାଙ୍କ ସ୍ତ୍ରୀ, ମା. ଭଉଣୀ ଓ ପିଲାଙ୍କୁ ନେଇ ୭ ପ୍ରାଣୀ ପରିବାର ମୁହଁରେ ଦାନା ଯୋଗାଡ଼ କରିବ, କଲେଜରେ ପଢୁଥିବା ବଡ଼ ଝିଅର ପାଠପଢା ଓ ଅନ୍ୟ ପିଲାଙ୍କ ଭବିଷ୍ୟତକୁ ନେଇ ନାନା ମାନସିକ ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି । ସରକାରଙ୍କ ପକ୍ଷରୁ ୨୫ କିଲୋ ଚାଉଳ ମିଳୁଛି ସେଥିରେ ଚଳିବା କଷ୍ଟକର ହୋଇ ପଡ଼ୁଛି । ଭୂମିହୀନ ହୋଇଥିବାରୁ ସରକାରୀ ଜାଗାରେ ୨୫ ବର୍ଷ ହେବ କୁଡିଆ କରି ସପରିବାର ରହୁଛନ୍ତି । ପକ୍କାଘର ପାଇଁ ତାଲିକାରେ ତାଙ୍କ ନାମ ଥାଇ ମଧ୍ୟ ମିଳିବାରେ ବିଳମ୍ବ ହେଉଛି । ଅସରନ୍ତି ଦୁଃଖ ଓ ଯନ୍ତ୍ରଣାରେ କାଳତିପାତ କରୁଥିବା ଏହି ପରିବାର ପ୍ରତି ସହଯୋଗର ହାତ ବଢ଼ାଇବା ପାଇଁ ସତ୍ୟଭାମା ବ୍ୟାକୁଳ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ