ଭୁବନେଶ୍ୱରରେ ବିଗିଡିଲା ବାୟୁର ମାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୀପାବଳି ପାଳନ ପରେ ଓଡ଼ିଶାର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି ଏବଂ ବାୟୁର ମାନ (AQI) କ୍ରମଶଃ ଖରାପ ଆଡକୁ ଗତି କରୁଛି। ଦୀପାବଳିର ଆଲୋକର ପର୍ବ ଶେଷ ହୋଇଛି, ହେଲେ ଏବେ ଓଡ଼ିଶା ଆଗରେ ସାମ୍ନାକୁ ଆସିଛି ପ୍ରଦୂଷଣର ବଡ଼ ଚ୍ୟାଲେଞ୍ଜ। ଆତସବାଜୀ ଏବଂ ଫୁଟାଯାଇଥିବା ବିଷାକ୍ତ ବାଣ ଯୋଗୁଁ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ବାୟୁମଣ୍ଡଳ ଗୁରୁତର ଭାବେ ପ୍ରଦୂଷିତ ହୋଇପଡ଼ିଛି। ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି କଟକ, ରାଉରକେଲା ଓ ସମ୍ବଲପୁର ପର୍ଯ୍ୟନ୍ତ… ସବୁଠି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଚିନ୍ତାଜନକ ସ୍ତରରେ।

ଅଧିକ ମାତ୍ରାରେ ବାଣ ଫୁଟାଯିବା କାରଣରୁ ବାୟୁମଣ୍ଡଳରେ ବାରୁଦ ଓ ବିଷାକ୍ତ ଧୂଆଁର ଆସ୍ତରଣ ଜମି ରହିଥିଲା। ଗୋଟିଏ ସମୟରେ ଭୁବନେଶ୍ୱରରେ AQI ୫୦୦ ଛୁଇଁଥିଲା । ବିଲେଇପଡ଼ା, ତାଳଚେରଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ, ଅନେକ ସହରରେ ବାୟୁର ମାନ ଖରାପ ହୋଇପଡ଼ିଛି। CPCB ଡ୍ୟାସବୋର୍ଡର ତଥ୍ୟ ଅନୁସାରେ, ସକାଳ ୬ଟାରେ ବିଲେଇପଡ଼ାରେ ସର୍ବାଧିକ AQI ୨୮୮ ରେକର୍ଡ ହୋଇଛି। ଯାହାକି Poor କ୍ୟାଟେଗୋରିରେ ରହିଛି। ସେହିପରି ତାଳଚେରରେ AQI ୨୬୬ ରହିଛି। ରାଜଧାନୀ ଭୁବନେଶ୍ୱରରେ ବି ସ୍ଥିତି ଚିନ୍ତାଜନକ। ସହରର ହାରାହାରି AQI ୨୦୭ ରେକର୍ଡ ହୋଇଛି।

ତେବେ ଷ୍ଟେସନ୍ ଅନୁସାରେ ପ୍ରଦୂଷଣର ମାତ୍ରାରେ ରହିଛି ଭିନ୍ନତା। ଲିଙ୍ଗରାଜ ଷ୍ଟେସନରେ AQI ୨୪୨ ଥିବା ବେଳେ ପାଟିଆରେ ଏହା ୧୭୧ ରହିଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ରାତିର ପ୍ରଦୂଷଣ। ଲିଙ୍ଗରାଜ ମନ୍ଦିର ଷ୍ଟେସନରେ ଗତ ରାତି ୮ଟା ପରେ PM2.5 ଏବଂ PM10ର ମାତ୍ରା ୫୦୦ ଛୁଇଁଥିଲା। ଯାହା ବାୟୁର ଅତ୍ୟଧିକ ପ୍ରଦୂଷଣକୁ ସୂଚାଉଛି। ଅନ୍ୟପଟେ କଟକରେ AQI ୧୮୬, ବାରିପଦାରେ ୧୫୬, ବାଲେଶ୍ୱରରେ ୧୫୪ ଏବଂ ବାରବିଲରେ ୧୪୬ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଲି ବିଧାନସଭା, ଆଜି ବସିଲା ସର୍ବଦଳୀୟ ବୈଠକ 🔴 ଭୁବନେଶ୍ୱରରେ ବିଗିଡିଲା ବାୟୁର ମାନ 🔴 ଦିଲ୍ଲୀରେ ବିଷାକ୍ତ ହେଲା ବାୟୁ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଦୀପାବଳୀ ପରେ ବଢିବ ଶୀତ 🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ 🔴 କାଲି ବିଧାନସଭା, ଆଜି ବସିଲା ସର୍ବଦଳୀୟ ବୈଠକ 🔴 ଭୁବନେଶ୍ୱରରେ ବିଗିଡିଲା ବାୟୁର ମାନ 🔴 ଦିଲ୍ଲୀରେ ବିଷାକ୍ତ ହେଲା ବାୟୁ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଦୀପାବଳୀ ପରେ ବଢିବ ଶୀତ 🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ