Masthead

ବାଇକ ଚାଳକ ହୋଇଯାଆନ୍ତୁ ସାବଧାନ,ଲାଗୁ ହେଲା ଏହି ନିୟମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାଇକ ଚାଳକ ହୋଇଯାଆନ୍ତୁ ସାବଧାନ । ଅମାନିଆଙ୍କୁ ଆଉ ନାହିଁ ନିସ୍ତାର । ଆପଣ ଯଦି ବାଇକ ଚଳାଉଥାନ୍ତି ତେବେ ଜାଣି ନିଅନ୍ତୁ ଏହି ନିୟମ । ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ନିୟମ । ନିୟମ ନମାନିଲେ ଗଣିବାକୁ ପଡ଼ିବ ଜରିମାନା । ନିୟମ ଖିଲାପକାରୀଙ୍କୁ ଆଉ ନାହିଁ ନିସ୍ତାର । ନୂଆବର୍ଷ ଠାରୁ ବାଇକ ଚାଳକଙ୍କ ପାଇଁ ଲାଗୁ ହେଉଛି ନୂଆ ନିୟମ । ଏଣିକି ବାଇକ୍ ଚାଳକ ସହ ପଛରେ ବସିଥିବା ଆରୋହି ହେଲମେଟ ପିନ୍ଧିବା ବାଧ୍ୟତାମଳୂକ । ଆସନ୍ତାକାଲିଠାରୁ ଲାଗୁ ହେବାକୁ ଯାଉଛି ଏହି ନିୟମ । ସୁପ୍ରିମକୋର୍ଟଙ୍କ ରୋଡ୍ ସେଫ୍ଟି କମିଟିର ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଦୁର୍ଘଟଣା ଜନତି ମୃତ୍ୟୁ ରୋକିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି ।

ଏହାସହିତ ଗାଡ଼ି କାଗଜପତ୍ର ମଧ୍ୟ ଚେକିଂ କରାଯିବ । ରଙ୍ଗସାଇଡ଼ ଡ୍ରାଇଭିଂ, ସ୍ପୀଡ଼ ଡ୍ରାଇଭିଂ ଏବଂ ନିଶା ମଦ ପିଇ ଡ୍ରାଇଭିଂ କଲେ ମଧ୍ୟ ଗଣିବେ ଜରିମାନା । ଯଦି କୌଣସି ଚାଳକ ଏହାର ନିୟମ ଉଲଘଂନ କରନ୍ତି ତାହେଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ବାଇକ ଚାଳକମାନଙ୍କୁ ଆଉ ନାହିଁ ନିସ୍ତାର । ବାଇକ ଚାଳକ ନୁହେଁ ପଛରେ ବସୁଥିବା ଲୋକଙ୍କ ପାଇଁ ମଧ୍ୟ ହେଲମେଟ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ଦୁଇଜଣିଆ ହେଲମେଟ ବ୍ୟବସ୍ଥାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସରକାରଙ୍କ ଏହି ନିୟମ କେତେ କାର୍ଯ୍ୟକାରୀ ହେବ ତାହା ଉପରେ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା