Masthead

ଜୁଆର ପାଣିରେ ଭାସିଯାଇ ୩ବର୍ଷର ଶିଶୁ ମୃତ

ଭଦ୍ରକ(ବଡ଼ ଖବର ବ୍ୟୁରୋ): ଜୁଆର ପାଣିରେ ଭାସିଯାଇ ୩ ବର୍ଷ ଶିଶୁର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଚଡଦିଆ ପଞ୍ଚାୟତ ରାଜରାଜେଶ୍ୱରପଲ୍ଲୀ ଗାଁରେ ଘଟିଛି । ମୃତ ଶିଶୁ ଜଣକ ହେଲେ ହରିପଦ ବିଜୁଳିଙ୍କ ୩ ବର୍ଷର ଝିଅ ଶୁଭଶ୍ରୀ । ବାତ୍ୟା ୟାଶ ଯୋଗୁ ରାଜରାଜେଶ୍ୱରପଲ୍ଲୀ ଗାଁ ଭିତରକୁ ପଶି ଆସିଥିଲା ଜୁଆର ପାଣି । ଗାଁକୁ ଜୁଆର ପାଣି ଘେରି ରହିଛି । ଏପରିକି ଲୋକଙ୍କ ଘର ଦୁଆର ମୁହଁରେ ପାଣି ଜମି ରହିଛି ।

ଗାଁ ରାସ୍ତାରେ ୩ ଫୁଟରୁ ୪ ଫୁଟର ପାଣି ଜମି ରହିଛି । ହରିପଦ ଓ ତାଙ୍କ ସ୍ତ୍ରୀ ଘର କାମରେ ବ୍ୟସ୍ତ ଥିବା ବେଳେ ହଠାତ ୩ ବର୍ଷର ଶିଶୁ ଶୁଭଶ୍ରୀ ପାଣିରେ ପଡି ଭାସିଯାଇଥିଲେ । ସଙ୍ଗେ ସଙ୍ଗେ ବାପା ଓ ମା’ ଝିଅକୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଲୋକମାନେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ