Masthead

ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ । ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ବୈଠକରେ ଯୋଗଦେବେ ପିସିସି ସଭାପତି ଭକ୍ତ ଚରଣ ଦାସ । ଅଜୟ ଲଲୁ ଓ ରାମଚନ୍ଦ୍ର କାଡ଼ାମ ମଧ୍ୟ ଉପସ୍ଥିତ ରହିବେ । ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ୍ ଖଡଗେ, ରାହୁଲ ଗାନ୍ଧୀ ଓ ଏଆଇସିସି ସାଂଗଠନିକ ସମ୍ପାଦକ କେସି ବେଣୁଗୋପାଳ ଏହି ବୈଠକରେ ଉପସ୍ଥିତ ରହିବେ। ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ନିଯୁକ୍ତ କରିଥିବା ସମସ୍ତ ୩୫ ପର୍ଯ୍ୟବେକ୍ଷକ ଓଡିଶା ଆସିବା  ପୂର୍ବରୁ ସେମାନଙ୍କ ସହ ରାହୁଲ କରିବେ ଆଲୋଚନା ।

ଦିଲ୍ଲୀରୁ ଆସିଲା ପରେ କଂଗ୍ରେସ ଜିଲ୍ଲା ସଭାପତି ଚୟନ ହେବ । ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ ।  ସାଂଗଠନିକ ସ୍ଥିତି ମଜଭୁତ ସହ ରାଜ୍ୟରେ ଆଗାମୀ ରଣନୀତି କ’ଣ ରହିବ, ସେନେଇ କରାଯିବ ମାନସମନ୍ଥନ । ରାଜ୍ୟ କଂଗ୍ରେସ ଜିଲ୍ଲା ସଭାପତି ନିଯୁକ୍ତି ଉପରେ ଗୁରୁତ୍ବ ଦେଉଛି । ଗୁଜରାଟ ଢାଞ୍ଚାରେ ଏଠାରେ ସଂଗଠନ ସୃଜନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଉ ବରିଷ୍ଠ ନେତାଙ୍କ ସୁପାରିଶରେ ଜିଲ୍ଲା ଓ ବ୍ଲକ ସଭାପତି ଚୟନ କରାଯିବନି। ବରଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଅନୁସାରେ ବଛାଯିବେ ଜିଲ୍ଲା ସଭାପତି ।

କିପରି ଦକ୍ଷ ଲୋକଙ୍କ ହାତରେ ଜିଲ୍ଲା ସଂଗଠନ ଦାୟିତ୍ବ ଦିଆଯିବ, ସେଥ‌ିପାଇଁ ଏଆଇସିସି ଲକ୍ଷ୍ୟ ରଖିଛି । ଏଆଇସିସିର ଏପରି ଅଭିଯାନକୁ ନେଇ ଓଡ଼ିଶା କଂଗ୍ରେସ ଶିବିର ମଧ୍ୟ ଉତ୍ସାହିତ ରହିଛି । ୩୫ଟି ସାଂଗଠନିକ ଜିଲ୍ଲା ସଭାପତି ଚୟନ କରିବା ନେଇ ଖିବଶୀଘ୍ର ପର୍ଯ୍ୟବେକ୍ଷକମାନେ ଜିଲ୍ଲା ଦାୟିତ୍ବ ନେଇ ଓଡ଼ିଶା ଆସିବେ । ରାହୁଲ ଗାନ୍ଧୀ ଓଡ଼ିଶାରେ ସମ୍ଭାବନା ଦେଖୁଥ‌ିବାରୁ ଏବେଠାରୁ ରଣନୀତି କରୁଛନ୍ତି । ସଭାପତି ହେବା ପରେ ଓଡ଼ିଶାରେ କି କି କାର୍ଯ୍ୟକ୍ରମ କରିଛନ୍ତି, ସେ ନେଇ ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ ଦେବେ ଭକ୍ତ ଦାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା