Masthead

କାଣୀ ନଦୀରେ ୫୦ ଫୁଟ୍‌ର ଘାଇ

ଯାଜପୁର (ବଡ଼ ଖବର ବ୍ୟୁରୋ): ବୈତରଣୀର ଶାଖା କାଣୀ ନଦୀରେ ୫୦ ଫୁଟ୍‌ର ଘାଇ ।  ବନ୍ୟା ପାଣି ଗାଁରେ ଭୁସ୍ ଭୁସ୍‌ ହୋଇ ମାଡ଼ିଯାଉଛି । ଦଶରଥପୁର ବ୍ଲକ ଅହିୟାସ ମୁସଲିମ ସାହି ନିକଟରେ ୫୦ ଫୁଟରୁ ଉର୍ଦ୍ଧ୍ୱ ଘାଇ ହୋଇଥିବା ଦେଖିବାକୁ ମିଳିଛି ।  ଦଶରଥପୁର ବ୍ଲକର ୪ଟି ପଞ୍ଚାୟତ ଘାଇ ଦ୍ୱାରା ପ୍ରଭାବିତ । ସୋମବାର ଭୋର ୪ଟା ୫୦ରେ ଘାଇ ହୋଇଥିବା ସୂଚନା ମିଳିଛି।  ରବିବାର ରାତିରେ ଘଳିଆ ପଡ଼ିଥିଲା ।
ଯାହା ଫଳରେ ୫୦ ଫୁଟର ସୃଷ୍ଟି ହୋଇଛି । ବୈତରଣୀ ନଦୀରେ ବିପଦ ସଂକେତ ଉପରେ ପାଣି ପ୍ରବାହିତ ହେଉଥିବାରୁ ଏହି ଘାଇ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଅହିୟାସ ମଲ୍ଲିକା ପୁର, କସପା, ମହାନ୍ତି ପାଟଣା ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି । ସେପଟରେ ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ଦ୍ଵାରା ଅନେକ ପଞ୍ଚାୟତରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତର ମୁଖ୍ୟ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଏବେ ବୈତରଣୀ ଏବଂ ଏହାର ଶାଖା ନଦୀ କାଣୀ ନଦୀ ରେ ଭୟଙ୍କର ବନ୍ୟାର ସ୍ଥିତି ଦେଖିବାକୁ ମିଳିଛି ।
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଧ୍ୟ ଦେଇ ବହିଯାଇଥିବା ବୈତରଣୀ ଏବଂ କାଣୀ ନଦୀରେ ଜଳ ସ୍ତର ବଢ଼ିବାରେ ଲାଗିଛି । ଯାହାଫଳ ରେ ମଲ୍ଲୀକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ଦତ୍ତପୁର, ଜୟନ୍ତରା, କସପା, ଏବଂ ତରପଦା ଆଦି ପଞ୍ଚାୟତ ଗୁଡିକରେ ବନ୍ୟା ଜଳ ପ୍ରବାହିତ ହେବାର ଆଶଙ୍କା ଅଛି । ବିଜେପି ନେତା ଗୌତମ ରାୟ, ଜିଲ୍ଲପାଳ ଅମ୍ବର କୁମାର କର, ବିଡ଼ିଓ ଆକାଶ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ମଲ୍ଲିକ, ବାବୁରାମ ମୁର୍ମୁ ଏବଂ ଜଳସେଚନ ଅଧିକାରୀ ବନ୍ୟାଅଞ୍ଚଳ ପରିଦର୍ଶନ କରିବା ସହ କିଭଳି ଭାବେ ଏହାର ସ୍ଥାୟୀ ସମାଧାନ କରାଯାଇପାରିବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ ।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ