Masthead

ଗୋରୁ ଗାଡ଼ି ପୋଡ଼ି ଘଟଣାରେ ଥାନା ଘେରାଉ, ବଜରଙ୍ଗ ଦଳର ୪ଜଣ ଯୁବକଙ୍କୁ ଅଟକ ରଖିଲା ପୋଲିସ

ବାଲେଶ୍ବର(ବଡ଼ ଖବର ବ୍ୟୁରୋ):  ଗୋରୁ ଗାଡ଼ି ପୋଡ଼ି ଘଟଣାରେ ଥାନା ଘେରାଉ ହୋଇଥିଲା । ଗୋସୁରକ୍ଷାକାରୀ ବଜରଙ୍ଗ ଦଳର ୪ ଜଣ ଯୁବକଙ୍କୁ ଅଟକ ରଖିଥିଲା ବସ୍ତା ପୋଲିସ । ଏହାର ପ୍ରତିବାଦରେ ଗତକାଲି ରାତିରୁ ସ୍ଥାନୀୟ ଲୋକ କମର୍ଦ୍ଦା ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ । ବାଲେଶ୍ବର ଏସିପି ସାଗରିକା ନାଥଙ୍କ ସହ ଫୋନରେ ଆଲୋଚନା ପରେ ରାସ୍ତାରୋକ ହଟିଥିଲା । ସୂଚନା ମୁତାବକ ବାଲିଆପାଳ- କମର୍ଦ୍ଦା ରାସ୍ତା ର ଉଲୁଡା ତାରିଣୀ ଛକ ନିକଟରେ ଗତ କାଲି ପଶ୍ଚିମବଙ୍ଗ କୁ ୩ ଟି ପିକଅପ ଭ୍ୟାନ ରେ ପଶ୍ଚିମବଙ୍ଗକୁ ଗୋ ଚାଲାଣ ହେଉଥିଲା । ଏହାର ଖବର ପାଇ ଗୋ ପ୍ରେମୀ ମାନେ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିବା ସହିତ ସମସ୍ତ ଗୋରୁଙ୍କୁ ଉଦ୍ଧାର କରିଥିଲେ।

ଏଭଳି ଭାବେ ପିକଅପ ରେ ଗୋରୁ ଲଦା ହୋଇଥିବା ଲୋକ ମାନେ ଦେଖିବା ପରେ ଗୋରୁ ଉଦ୍ଧାର କରି ଦୁଇଟି ପିକଅପ କୁ ନିଆଁ ଲଗାଇ ଦେଇଥିଲେ। ଯେଉଁ ଘଟଣାର ତଦନ୍ତ କରି ପୋଲିସ ମଧ୍ୟରାତ୍ରି ରେ ୪ ଜଣଙ୍କୁ ଉଠାଇ ନେଇଥିଲା । କିନ୍ତୁ ଗୋ ଚାଲାଣ କାରୀଙ୍କ ଉପରେ କୈଣସି କାର୍ୟ୍ୟନୁଷ୍ଠାନ ନ ନେଇ ଗୋ ମାତାଙ୍କୁ ଉଦ୍ଧାର ରେ ଲାଗିଥିବା ଯୁବକଙ୍କୁ କାହିଁକି ପୋଲିସ ଉଠାଇ ନେଉଛି, ତାର ପ୍ରତିବାଦ ରେ କମର୍ଦ୍ଦା ଥାନା କୁ ଘେରାଉ କରିବା ସହିତ ରାସ୍ତା ଅବରୋଧ କରିଥିଲେ । ଏସିପି ସାଗରିକା ନାଥ ଏ ଘଟଣାକୁ ନେଇ ଆଲୋଚନା କରିବାର ପ୍ରତିଶୃତି ଦେବା ପରେ ଥାନା ଘେରାଉ ବନ୍ଦ ସହିତ ରାସ୍ତା ରୋକ ହଟିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା