Masthead

ପଡିଆରୁ ଜବତ ହେଲା ନରକଙ୍କାଳ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ହିଂଜିଲି କାଟୁ ଥାନା ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମ ନିକଟସ୍ଥ ଏକ ପଡ଼ିଆରୁ ନର କଙ୍କାଳ ଠାବ ହୋଇଛି। ତେବେ ନର କଙ୍କାଳଟି କୌଣସି ପୁରୁଷର ବୋଲି ଅନୁମାନ କରାଯାଉଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାସ୍ତବରେ ଏହି ନର କଙ୍କାଳଟି କାହାର ଓ କେତେ ଦିନ ଧରି ଏଠାରେ ପଡି ରହିଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ସ୍ଥାନିୟ ଅଞ୍ଚଳରେ ପଚରା ଉଚରା କରୁଛି ପୋଲିସ।

ସୁଚନା ମୁତାବକ ପଦ୍ମପୁର ଗ୍ରାମର ପ୍ରତାପ ଦାସ ନାମକ ଜଣେ ଯୁବକ କିଛି ଦିନ ହେଲା ନିଖୋଜ ଥିଲେ।ନିଜ ଶଶୁର ଘର ଡାୟାପଲ୍ଲୀ ଗ୍ରାମକୁ ଯାଇ ଆଉ ଘରକୁ ଫେରି ନଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହି କଙ୍କାଳ ମିଳିବା ପରେ ପ୍ରତାପ ଦାସଙ୍କ କଙ୍କାଳ ବୋଲି ଅନୁମାନ କରା ଯାଉଛି। ଯଦି କଙ୍କାଳଟି ପ୍ରତାପଙ୍କ ହୋଇଥାଏ ତେବେ ତାଙ୍କର କିଭଳି ମୃତ୍ୟୁ ଘଟିଲା କିଏ ହତ୍ୟା କରି ତାଙ୍କୁ ଏଠାରେ ଫୋପାଡି ଦେଇଛି ନା ମୃତ୍ୟୁ ପଛରେ କିଛି ଅନ୍ୟକାରଣ ରହିଛି ତାହାର ଅନୁସନ୍ଧାନ କରୁଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ