Before Header

ଲାଲୁଙ୍କ ଝିଅ ଓ ପୁଅ ନାଁରେ ମାମଲା ରୁଜୁ

0 32

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):     ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ଏବଂ ଝିଅ ନାଁରେ ମାମଲା ରୁଜୁ ହୋଇଛି । ତେବେ ପାଟନା ସିଜେଏମ କୋର୍ଟ ଆରଜେଡି ନେତା ତେଜସ୍ବୀ ଯାଦବ ଏବଂ ମୀସା ଭରତୀଙ୍କ ସମେତ ୬ଜଣଙ୍କ ନାଁ ଏଫଆଇଆରରେ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ଯେଉଁ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ବିହାର କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ମଦନ ମହୋନ ଝା, କଂଗ୍ରେସ ପ୍ରବକ୍ତା ରାଜେଶ ରାଠୋର, କଂଗ୍ରେସର ଦିବଙ୍ଗତ ନେତା ସଦାନନ୍ଦ ସିଂହଙ୍କ ପୁଅ ସଭାନନ୍ଦ ମୁକେଶଙ୍କ ନାଁ ସାମିଲ ଅଛି ।

ତେବେ ୨୦୧୯ ଲୋକସଭା ନିର୍ବାଚନ ବେଳେ ଏମାନେ କଂଗ୍ରେସ ନେତା ଏବଂ ଓକିଲ ସଞ୍ଜୀବ କୁମାର ସିଂହଙ୍କ ଠାରୁ ୫କୋଟି ଟଙ୍କା ନେଇଥିଲେ । ଟଙ୍କା ନେବା ପରେ ସେମାନେ ତାଙ୍କୁ ଲୋକସଭା ଆସନରେ ସିଟ ଦେବା ଲାଗି ପ୍ରତିଶୃତି ଦେଇଥିଲେ । କିନ୍ତୁ ଟଙ୍କା ନେବା ପରେ ଟିକେଟ ଦେଇନଥିଲେ । ଏପଟେ ସଞ୍ଜୀବ କୁମାର ସିଂ ଅଭିଯୋଗରେ କହିଛନ୍ତି, ୨୦୧୯ ଜାନୁଆରୀ ୧୫ ତାରିଖ ଭାଗଲପୁରରୁ ଟିକେଟ ପାଇବା ଆଶାରେ ସେ ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ମିସା ଭାରତୀ, ଅନ୍ୟ କଂଗ୍ରେସ ନେତାଙ୍କୁ ୫ କୋଟି ଦେଇଥିଲେ । କିନ୍ତୁ ସେମାନେ ଆଉ ଟଙ୍କା ଫେରାଇ ନଥିଲେ ।

ତେବେ ନିର୍ବାଚନରେ ଟିକେଟ ନ ମିଳିବା ପରେ ୨୦୨୦ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ହେଲେ ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ପରିସ୍ଥିତି । ଶେଷରେ ସେପ୍ଟେମ୍ବର ୧୬ ତାରିଖରେ କୋଟୱାଲୀ ପୋଲିସ ଷ୍ଟେସନରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

Leave A Reply

Your email address will not be published.