Masthead

ଲାଲୁଙ୍କ ଝିଅ ଓ ପୁଅ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):     ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ଏବଂ ଝିଅ ନାଁରେ ମାମଲା ରୁଜୁ ହୋଇଛି । ତେବେ ପାଟନା ସିଜେଏମ କୋର୍ଟ ଆରଜେଡି ନେତା ତେଜସ୍ବୀ ଯାଦବ ଏବଂ ମୀସା ଭରତୀଙ୍କ ସମେତ ୬ଜଣଙ୍କ ନାଁ ଏଫଆଇଆରରେ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ଯେଉଁ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ବିହାର କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ମଦନ ମହୋନ ଝା, କଂଗ୍ରେସ ପ୍ରବକ୍ତା ରାଜେଶ ରାଠୋର, କଂଗ୍ରେସର ଦିବଙ୍ଗତ ନେତା ସଦାନନ୍ଦ ସିଂହଙ୍କ ପୁଅ ସଭାନନ୍ଦ ମୁକେଶଙ୍କ ନାଁ ସାମିଲ ଅଛି ।

ତେବେ ୨୦୧୯ ଲୋକସଭା ନିର୍ବାଚନ ବେଳେ ଏମାନେ କଂଗ୍ରେସ ନେତା ଏବଂ ଓକିଲ ସଞ୍ଜୀବ କୁମାର ସିଂହଙ୍କ ଠାରୁ ୫କୋଟି ଟଙ୍କା ନେଇଥିଲେ । ଟଙ୍କା ନେବା ପରେ ସେମାନେ ତାଙ୍କୁ ଲୋକସଭା ଆସନରେ ସିଟ ଦେବା ଲାଗି ପ୍ରତିଶୃତି ଦେଇଥିଲେ । କିନ୍ତୁ ଟଙ୍କା ନେବା ପରେ ଟିକେଟ ଦେଇନଥିଲେ । ଏପଟେ ସଞ୍ଜୀବ କୁମାର ସିଂ ଅଭିଯୋଗରେ କହିଛନ୍ତି, ୨୦୧୯ ଜାନୁଆରୀ ୧୫ ତାରିଖ ଭାଗଲପୁରରୁ ଟିକେଟ ପାଇବା ଆଶାରେ ସେ ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ମିସା ଭାରତୀ, ଅନ୍ୟ କଂଗ୍ରେସ ନେତାଙ୍କୁ ୫ କୋଟି ଦେଇଥିଲେ । କିନ୍ତୁ ସେମାନେ ଆଉ ଟଙ୍କା ଫେରାଇ ନଥିଲେ ।

ତେବେ ନିର୍ବାଚନରେ ଟିକେଟ ନ ମିଳିବା ପରେ ୨୦୨୦ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ହେଲେ ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ପରିସ୍ଥିତି । ଶେଷରେ ସେପ୍ଟେମ୍ବର ୧୬ ତାରିଖରେ କୋଟୱାଲୀ ପୋଲିସ ଷ୍ଟେସନରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି