Before Header

ବିସ୍ଥାପିତ ହେବା ପାଇଁ ଡିଏଫଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

0 58

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଥିବା ଗୋପାଳପୁର ଗ୍ରାମବାସୀ ଆଜି ଡିଏଫଓଙ୍କ କାର୍ୟ୍ୟାଳୟ ଦ୍ୱାରସ୍ଥ ହୋଇଥିଲେ । ସୂଚନା ଯୋଗ୍ୟ ଯେ, ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଥିବା କିଛି ଗ୍ରାମକୁ ବିସ୍ଥାପିତ କରାଯାଉଛି ।

ସେଥି ମଧ୍ୟରୁ ଗୋପାଳପୁର ଗ୍ରାମକୁ ବିସ୍ଥାପିତ ପାଇଁ ସମସ୍ତ କାଗଜପତ୍ର ହୋଇଥିଲେ ମଧ୍ୟ ଏ ପର୍ୟ୍ୟନ୍ତ କିଛି ଅଂଶକୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ନିଜ ଗ୍ରାମକୁ ଯଥା ଶୀଘ୍ର ବିସ୍ଥାପିତ କରାଯାଉ ବୋଲି ଗୋପାଳପୁର ଗ୍ରାମବାସୀ ଆଜି ଡିଏଫଓଙ୍କ କାର୍ୟ୍ୟାଳୟରେ ଦ୍ୱାରସ୍ଥ ହୋଇ ଦାବି ଜଣାଇଛନ୍ତି ।

 

Leave A Reply

Your email address will not be published.