Masthead

ବିଶ୍ୱକପ୍ ମହାମୁକାବିଲା, ମ୍ୟାଚ୍ ଦେଖିବେ ୧ ଲକ୍ଷ ୩୦ ହଜାର ଦର୍ଶକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବିଶ୍ୱକପ୍‌ କ୍ରିକେଟର ଆଜି ଗ୍ରାଣ୍ଡଫିନାଲେ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାଲଢ଼େଇ । ଅହମ୍ମଦାବାଦରେ ହେବ ହାଇଭୋଲଟେଜ୍‌ ଟକ୍କର । ଏଥିପାଇଁ ଅହମ୍ମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼ । ପ୍ରଥମ ଥର ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ୧ ଲକ୍ଷ ୩୦ ହଜାର ଦର୍ଶକ । ଆରମ୍ଭରୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ  ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ କାର୍ଯ୍ୟକ୍ରମ ହେବ। ଭାରତୀୟ ବାୟୁସେନାର ସୂର୍ୟ୍ୟକିରଣ ଟିମ୍ ଆକାଶରେ କୌଶଳ ପ୍ରଦର୍ଶନ କରିବେ । ସାଢେ ଗୋଟାଏରୁ ୨୦ ମିନିଟ ଧରି ଚାଲିବ ଏହି କାର୍ଯ୍ୟକ୍ରମ ।

ଭାରତ ମାଟିରେ କଙ୍ଗାରୁଙ୍କୁ ଚକମା ଦେବାକୁ ରୋହିତ ବାହୀନୀ ଏକଦମ ପ୍ରସ୍ତୁତ । ପଡିଆ ପ୍ରସ୍ତୁତ, ଖେଳାଳୀ ମଧ୍ୟ ପ୍ରସ୍ତୁତ । ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା । ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ବିଶ୍ୱକପ ୨୦୨୩ ମହାଯୁଦ୍ଧର ସାକ୍ଷୀ ରହିବ । ମ୍ୟାଚ ପୂର୍ବରୁ ଚଳଚଂଚଳ ଅହମ୍ମବାଦାବାଦ । ପହଁଚିଲେଣି ଦେଶବିଦେଶରୁ ଅତିଥି । ଟିମ ଇଣ୍ଡିଆ ଜର୍ସି ପିନ୍ଧି ପହଁଚୁଛନ୍ତି ଦର୍ଶକ ।ଅପରାହ୍ନ ୩ଟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ଏହି ସ୍ମରଣୀୟ ମ୍ୟାଚ୍ ଦେଖିବାକୁ ଆସିବେ ଶହଶହ ଭିଭିଆଇପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ