Before Header

‘କ୍ରିଶ୍-୪’ରେ ଗୀତ ଗାଇବେ ହ୍ରିତିକ୍

0 10

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନ ନିକଟରେ ତାଙ୍କ ଅପକମିଙ୍ଗ ଫିଲ୍ମ ଗୁଡିକ ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ଫିଲ୍ମ ‘ୱାର’ ପରେ ଦୀର୍ଘ ଦିନ ହେବ ତାଙ୍କୁ ପରଦାରେ ଦେଖିବାକୁ ମିଳିନାହିଁ । ଏବଂ ଖୁବଶୀଘ୍ର ସେ ବ୍ୟାକ୍ ଟୁ ବ୍ୟାକ୍ ୩ଟି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତେବେ ହ୍ରିିତିକ୍ ରୋଶନଙ୍କ ସୁପରହିଟ ଫିଲ୍ମ ‘କ୍ରିଶ୍’ର ସବୁ ସିକ୍ୱେଲ ଗୁଡିକ ସୁପରହିଟ୍ ହେବା ପରେ ଏହାର ଫୋରର୍ଥ ପାର୍ଟକୁ ନେଇ ଦର୍ଶକ ଏବେ ବେଶ୍ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଶୁଣିବାକୁ ମିଳିଛି କିଛି ଖାସ୍ ଖବର ।

କିଛିଦିନ ତଳେ ହ୍ରିତିକ୍ ନିଜେ ଏହି ମୁଭିର ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଏହି ଫିଲ୍ମ ବିଷୟରେ ସୂଚନା ଦେଇଥିଲେ । ନିକଟରେ ଶୁଣିବାକୁ ମିଳିଛି ଯେ ନିର୍ମାତା ରାକେଶ ରୋଶନ ଏବେ ଫିଲ୍ମର ମ୍ୟୁଜିକ୍ ଉପରେ କାମ କରୁଛନ୍ତି । ତା ସହ ସବୁଠାରୁ ଖାସ୍ ଖବର ହେଉଛି ଏହି ଫିଲ୍ମର ଗୋଟିଏ ଗୀତ ହ୍ରିତିକ୍ ମଧ୍ୟ ଗାଇପାରନ୍ତି । ‘ଜିନ୍ଦେଗି ନା ମିଲେଗି ଦୁବାରା’, ଏବଂ ‘କାଇଟସ୍’ ପରେ ହ୍ରିତିକ୍ ପୁଣି ଥରେ ପ୍ଲେ ବ୍ୟାକ୍ ସିଙ୍ଗିଙ୍ଗ୍ କରିପାରନ୍ତି ବୋଲି କହିଛନ୍ତି ରାକେଶ ରୋଶନ୍ । ଏହା ସହ କ୍ରିସ୍-୪ରେ ପୁଣି ଥରେ ଯାଦୁକୁ ଦେଖିବାକୁ ମିଳିବ । ଦୀର୍ଘ ୧୮ ବର୍ଷ ପରେ ପୁଣି ଥରେ ଯାଦୁ ଭୂମିକାକୁ ଦେଖିବାକୁ ପାଇବେ ଫ୍ୟାନ୍ସ । ଯାଦୁର ସବୁ ଶକ୍ତି ପୁଣି ଥରେ ରୋହିତ୍ ଠାରେ ଦେଖାଯିବ । ଏହା ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମରେ ହ୍ରିିତିକ୍ ଏକା ଥରେ ୩ଟି କ୍ୟାରେକ୍ଟରରେ ନଜର ଆସିବେ । ଫିଲ୍ମରେ ସେ ସୁପରହିରୋ ଭୂମିକାରେ ନଜର ଆସିବା ସହ ସୁପର ଭିଲେନ୍ କ୍ୟାରେକ୍ଟର ମଧ୍ୟ ପ୍ଲେ କରିବେ । କ୍ରିଶ୍ ର ସବୁ ଫ୍ରାଞ୍ଚାଇସ୍ ଭଳି ଏଥିରେ ମଧ୍ୟ ତାଙ୍କୁ କିଛି ଦମଦାର କ୍ୟାରେକ୍ଟରରେ ଦେଖିବାକୁ ପାଇବେ ସିନେପ୍ରେମୀ । କିନ୍ତୁ ଏହାର ସବୁ ସିରିଜ୍ ଭଳି ହ୍ରିତିକ୍ଙ୍କ ବିପକ୍ଷରେ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ବର୍ତ୍ତମାନ ହ୍ରିିତିକ୍ ତାଙ୍କ ଅପକମିଙ୍ଗ ଫିଲ୍ମ ‘ବିକ୍ରମ୍ ବେଧା’ର ହିନ୍ଦି ରିମେକ୍ ରେ ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମର ସୁଟିଂ ସରିବା ପରେ ସେ ଦୀପିକାଙ୍କ ସହ ଫିଲ୍ମ ‘ଫାଇଟର’ର ସୁଟିଂ କରିବେ ଏବଂ ଏହା ଶେଷ ହେବା ପରେ କ୍ରିସ୍-୪ର ସୁଟିଂ ଆରମ୍ଭ କରିବେ ହ୍ରିିତିକ୍ । ତେବେ ହ୍ରିିତଙ୍କ ସୁପରହିରୋ କ୍ୟାରେକ୍ଟର ପୁଣି ଥରେ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ମେକର୍ସ । ତା ଛଡା କୋଇ ମିଲଗୟା, କ୍ରିଶ୍-୨ ଓ କ୍ରିଶ୍-୩ ପରେ ବର୍ତ୍ତମାନ କ୍ରିଶ୍-୪ରେ କିଛି ନୂଆ ଦେଖିବାକୁ ମିଳିବ ବୋଲି ଫ୍ୟାନ୍ସ ମାନେ ଆଶା ରଖିଛନ୍ତି ।

Leave A Reply

Your email address will not be published.