Before Header

‘ଧୋନି ଦ ଅନଟାଇଟଲ୍ଡ ଷ୍ଟୋରୀ’ରେ କାହିଁକି ଧୋନିଙ୍କ ଭାଇଙ୍କୁ ଲୁଚାଇ ଦିଆଗଲା ?

0 100

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ମହେନ୍ଦ୍ର ସିଂ ଧୋନି । ନାମ ହି କାଫି ହେ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟ କିପର । ତାଙ୍କୁ ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ବୋଲି କୁହାଯାଏ । ତାଙ୍କ ସମୟରେ ଭାରତ ବିଶ୍ୱକପ କ୍ରିକେଟ, ଟି-୨୦ ବିଶ୍ୱକପ କ୍ରିକେଟ, ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି, ଦୁଇଥର ଏସିଆ କପ, ଟେଷ୍ଟ କ୍ରିକେଟରେ ଏକ ନମ୍ବର ମାନ୍ୟତା ପାଇଥିଲା ।ଭାରତୀୟ କ୍ରିକେଟରେ ଜଣେ ସଫଳ ଓ୍ଵିକେଟ କିପର ଏବଂ ମ୍ୟାଚ ଫିନିସର ଭାବେ ମାହି ୨୦୦୪ରେ ବାଂଲାଦେଶ ବିରୁଦ୍ଧରେ ୱାନ ଡେ କ୍ୟାରିୟର ଓ ୨୦୦୫ରେ ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ୨୬ ଡିସେମ୍ବର ୨୦୧୪ ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ସେ ନିଜର ଅନ୍ତିମ ଟେଷ୍ଟ ଖେଳିଥିଲେ ।

ସେହିପରି ୨୦୧୯, ଜୁଲାଇ ୯ରେ ସେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ନିଜର ଅନ୍ତିମ ଏକଦିବସୀୟ ଖେଳିଥିଲେ । ସେ ଟେଷ୍ଟରେ ୪୮୭୬ ରନ ଓ ଏକ ଦିବସୀୟରେ ୧୦ ହଜାର ୭୭୩ ରନ ଓ ଟି୨୦ରେ ୧୬ଶହ ୧୭ ରନ ସଂଗ୍ରହ କରିଛନ୍ତି । ୨୦୦୬ରେ ସେ ନିଜର ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ କ୍ୟାରିୟର ଆରମ୍ଭ କରିଥିଲେ ଓ ଏହାର ବର୍ଷକ ପରେ ଅର୍ଥାତ ୨୦୦୭ରେ ଭାରତକୁ ଟି୨୦ ବିଶ୍ୱକପ ଜିତାଇଥିଲେ । ଏହାତ ଥିଲା ମାହିଙ୍କ ପ୍ରଫେସନାଲ ଲାଇଫ । କିନ୍ତୁ କ୍ୟାପଟେନ କୁଲଙ୍କ ପରସୋନାଲ ଲାଇଫ ବିଷୟରେ ଜାଣିଛନ୍ତି କି ? ଧୋନୀଙ୍କ ଭାଇ କିଏ? ବହୁ ଚର୍ଚ୍ଚିତ ଧୋନୀଙ୍କ ଉପରେ ଆସିଥିବା ୨୦୧୬ରେ ସୁଶାନ୍ତ ସିଂ ରାଜପୁତ ଅଭିନୀତ ଅ ଫିଲ୍ମରେ କାହିଁକି ଆଦୌ କୁହାଯାଇନଥିଲା ଧୋନିଙ୍କ ଭାଇଙ୍କ କଥା ?

କ’ଣ ରହିଥିଲା ତା ପଛରେ ? ଧୋନିଙ୍କ ବାପା, ମା’ ଭଉଣୀ, ପ୍ରେମିକା , ପତ୍ନୀ, ସାଙ୍ଗ, ସମସ୍ତେ ଥିଲେ କିନ୍ତୁ ଧୋନିଙ୍କ ଭାଇଙ୍କୁ କାହିଁକି ଲୁଚାଇ ଦିଆ ଗଲା ? ଏହା ପଛରେ କ’ଣ ରହିଛି କାରଣ ? ତେବେ କାରଣ କ’ଣ ଜାଣିବା ପୂର୍ବରୁ ଏଥିରେ ଜାଣିବା ପ୍ରକୃତରେ ଧୋନିଙ୍କ କିଏ ଭାଇ ଅଛନ୍ତି କି ? ଆଉ ଯଦି ଅଛନ୍ତି ସେ କିଏ ,କ’ଣ କରନ୍ତି , କେଉଁଠି ରୁହନ୍ତି ? ମହେନ୍ଦ୍ର ସିଂ ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି । ଭାଇ ଭଉଣୀ ବଡ଼ ହୋଇଥିବାବେଳେ ମାହି ସମସ୍ତଙ୍କ ଠାରୁ ସାନ ଅଟନ୍ତି । ଧୋନିଙ୍କର ବଡ଼ ଭାଇ ଯାହାଙ୍କ ନାମ ନରେନ୍ଦ୍ର ସିଂ ଧୋନି । ନରେନ୍ଦ୍ର ଅକ୍ଟୋବର ୨୨, ୧୯୭୧ରେ ଜନ୍ମ ଗ୍ରହଣ କରିଥିଲେ । ଯେତେବେଳେ ନରେନ୍ଦ୍ର ସିଂ ଘରୁ ବାହାରି ଯାଇଥିଲେ, ସେତେବେଳେ ଧୋନିଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା।

ନରେନ୍ଦ୍ର କୌଣସି ପାରିବାରିକ କାରଣରୁ ଘର ଛାଡ଼ିନଥିଲେ । କି ତାଙ୍କ ଘରେ ଭିତରେ ସେମିତି କିଛି ମତଭେଦ ନଥିଲା ଯେ ସେ ଘର ଛାଡ଼ିଥିଲେ । ନରେନ୍ଦ୍ର ସିଂ ଧୋନି ଜଣେ ରାଜନେତା । ସେ ୨୦୧୩ ରେ ସମାଜବାଦି ପାର୍ଟିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ଭାରତୀୟ ଜନତା ପାର୍ଟିରେ ଥିଲେ । ନରେନ୍ଦ୍ର ତାଙ୍କ ପରିବାର ସହିତ ରାଞ୍ଚିରେ ରୁହନ୍ତି। ନରେନ୍ଦ୍ର ୨୦୦୭ରେ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ନରେନ୍ଦ୍ର ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରନ୍ତି ।

ତେବେ ଟେଲିଗ୍ରାଫ୍ ଇଣ୍ଡିଆ କାଗଜକୁ ଦିଆଯାଇଥିବା ଏକ ପୁରୁଣା ସାକ୍ଷାତକାରରେ ନରେନ୍ଦ୍ର ତାଙ୍କ ଭାଇଙ୍କ ବାୟୋପିକରେ ତାଙ୍କ ଅନୁପସ୍ଥିତି ବିଷୟରେ କହିଥିଲେ ଧୋନିଙ୍କ ଜୀବନ ଏବଂ କ୍ୟାରିୟରରେ ତାଙ୍କର ପ୍ରମୁଖ ଭୂମିକା ନ ଥିବାରୁ ସେ ଏହି ଚଳଚ୍ଚିତ୍ରରେ ନାହାଁନ୍ତି ବୋଲି ନରେନ୍ଦ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମଟି ତାଙ୍କ ପରିବାର ନୁହେଁ ମାହିଙ୍କ ବିଷୟରେ ଥିଲା। ଯଦିଓ ମାହିଙ୍କ ଜୀବନରେ ମୋର କୌଣସି ଅବଦାନ ନାହିଁ ଫିଲ୍ମରେ ଏହାକୁ ପ୍ରଦର୍ଶନ କରିବା କଷ୍ଟସାଧ୍ୟ ହୋଇଥାନ୍ତା।

ସେହିପରି ମାହିଙ୍କ ବଡ଼ ଭଉଣୀ ହେଉଛନ୍ତି ଜୟନ୍ତୀ। ଜୟନ୍ତୀ ପ୍ରତ୍ୟେକ କ୍ଷେତ୍ରରେ ଧୋନିଙ୍କୁ ସମର୍ଥନ କରିଛନ୍ତି। ଜୟନ୍ତୀ ଏକ ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ଅଛନ୍ତି । ଜୟନ୍ତୀ ଧୋନିଙ୍କ ଖରାପ ସମୟରୁ ଆରମ୍ଭ କରି ସବୁବେଳେ ଧୋନିଙ୍କ ସାଥ ଦେଇଛନ୍ତି । ଜୟନ୍ତୀ ଗୌତମ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ତେବେ ଫିଲ୍ମ ‘ଧୋନି ଦ ଅନଟାଇଟଲ୍ଡ ଷ୍ଟୋରୀ’ରେ ଧୋନିଙ୍କ ଭଉଣୀଙ୍କ କ୍ୟାରେକ୍ଟରକୁ ଦର୍ଶାଯାଇଥିଲା । କିନ୍ତୁ ତାଙ୍କ ଭାଇଙ୍କ କ୍ୟାରେକ୍ଟରକୁ ଫିଲ୍ମରେ ଦର୍ଶା ଯାଇନାହିଁ ।

Leave A Reply

Your email address will not be published.