Masthead

ଦ୍ୱିତୀୟ ଦିନିକିଆରେ ଭାରତକୁ ହରାଇଲା ଘରୋଇ ଦଳ ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତକୁ ହରାଇଲା ଘରୋଇ ଦଳ ୱେଷ୍ଟଇଣ୍ଡିଜ୍ । ପ୍ରଥମ ଦିନିକିଆରେ ପରାଜିତ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ମ୍ୟାଚ୍‌କୁ ଜିତି ଶୃଙ୍ଖଳା ବରାବର କରିଛି। ଶନିବାର କେନସିଙ୍ଗଟନ୍‌ ଓଭାଲ୍‌ରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳ ୬ ୱିକେଟ୍‌ରେ ଭାରତକୁ ପରାସ୍ତ କରିଛି। ଭାରତର ଧାର୍ୟ୍ୟ ୧୮୨ ରନ୍‌ର ଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍‌ ୩୬.୪ ଓଭରରେ ହାସଲ କରିଥିଲା। ପ୍ରଥମ ମ୍ୟାଚ୍‌ରେ କୁଲଦୀପ-ଜାଦେଜା ଯୋଡ଼ି ଯେଉଁ ପ୍ରଦର୍ଶନ ଦେଇଥିଲେ, ଦ୍ବିତୀୟ ମ୍ୟାଚ୍‌ରେ ଉଭୟ ସଂପୂର୍ଣ୍ଣ ଭାବେ ପ୍ରଭାବହୀନ ହୋଇଥିଲେ।

ଶାର୍ଦ୍ଦୁଳ ଠାକୁର ପ୍ରଥମ ତିନି ୱିକେଟ୍‌ ଖସାଇଥିଲେ ବି କାଇଲ୍‌ ମାୟର୍ସ ୩୬ ରନ୍‌ର ଦ୍ରୁତ ପାଳି ଖେଳି ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ପରେ ଅଧିନାୟକ ସାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ  ସହିତ କିସି କାର୍ଟି  ଘରୋଇ ଦଳକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲେ। ମ୍ୟାଚ୍‌ ବିଜୟୀ ପାଳି ପାଇଁ ହୋପ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା ଘରୋଇ ଦଳ । ସଞ୍ଜୁ (୯) ଓ ଅକ୍ଷର (୧) ଦୁଇ ଅଙ୍କରେ ବି ପହଞ୍ଚିପାରିନଥିଲେ। କେବଳ ଗିଲ୍‌ ଓ ଈଶାନ ୧୬.୫ ଓଭରରେ ୯୦ ରନ୍‌ର ମଜବୁତ୍‌ ଭାଗୀଦାରି କରିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା