Masthead

ବିମାନ ପାଇଁ ଶହେ ବିଲିୟନ୍ ଡଲାରର ଡିଲ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏୟାର ଇଣ୍ଡିଆ କିଣିବ ୫୪୦ ନୂଆ ବିମାନ। ଏଥିପାଇଁ ହୋଇଛି ଶହେ ବିଲିୟନ୍ ଡଲାରର ଡିଲ୍। ବିମାନ ଚଳାଚଳ କ୍ଷେତ୍ରରେ ଏହା ସବୁଠାରୁ ବଡ ଡିଲ୍ ବୋଲି କୁହାଯାଉଛି। ଡିଲ୍ ମୁତାବକ ଏୟାର ଇଣ୍ଡିଆ, ଫ୍ରାନ୍ସ କମ୍ପାନୀ ଏୟାରବସ୍ ଏବଂ ଆମେରିକା କମ୍ପାନୀ ବୋଇଂ ଠାରୁ ଏହି ବିମାନ କିଣିବ।ଏୟାରବସ୍‌ ଠାରୁ ୨୫୦ଟି ବିମାନ କିଣିବା ନେଇ ମେଗା ଡିଲ୍ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଭର୍ଚୁଆଲ ଉପସ୍ଥିତିରେ ଏହି ଡିଲ୍ ହୋଇଛି।

ଆମେରିକା ବିମାନ କମ୍ପାନୀ ବୋଇଂ ଠାରୁ ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆ ୨୨୦ଟି ବିମାନ କିଣିବ। ଏହାମଧ୍ୟରେ ୧୯୦ଟି ୭୩୭ ମାକ୍ସ ନେରୋବଡି ଜେଟ୍ ରହିଛି। ସେହିପରି ୨୦ଟି ୭୮୭ ଏବଂ ୧୦ଟି ୭୭୭ଏକ୍ସଏସ୍ ବିମାନ ରହିଛି। ଏଥିସହ ବୋଇଂ ଠାରୁ ଆଉ ୭୦ଟି ବିମାନ କିଣିବାକୁ ମଧ୍ୟ ସ୍ଥିର ହୋଇଛି। ଏହି ଡିଲ୍ ପରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି। ସେହିପରି ଫ୍ରାନ୍ସ ସହ ହୋଇଥିବା ୨୫୦ ବିମାନର ଡିଲ୍ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା