Before Header

କମୁନି ହାତୀ ଉପଦ୍ରବ

0 47

ତେଲକୋଇ (ବଡ଼ ଖବର ବ୍ୟୁରୋ): ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ । ନଷ୍ଟ କଲେ ଏକର ଏକର ଧାନଫସଲ । ଜମି ନିକଟରେ ଥିବା ମଞ୍ଚାକୁ ଭାଙ୍ଗିଲେ । ଅଳ୍ପକେ ବର୍ତିଲେ ଚାଷୀ । ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳର ପୁରୁଯୋଡା ଗାଁରେ ୬ଟିକିଆ ହାତୀପଲ ଧାନ ବିଲରେ ଉପଦ୍ରବ କରିଥିଲେ ।

ଗୁରୁବାର ବିଳମ୍ବିତ ରାତିରେ ହାତୀପଲ ଧାନ ଜମିରେ ପଶି ବହୁ ଚାଷୀଙ୍କର ଧାନଫସଲ ଦଳିଚକଟି ନଷ୍ଟ କରିଛନ୍ତି। ବାରମ୍ବାର ହାତୀପଲ ଧାନଫସଲକୁ ନଷ୍ଟ କରୁଥିବାବେଳେ ବନବିଭାଗ ହାତୀଙ୍କୁ ଘଉଡାଇବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.