Masthead

ମଣିପୁର ସ୍ଥିତି ସମ୍ଭାଳିବେ ଅବସରପ୍ରାପ୍ତ ସେନା

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ଏବେ ବି ହିଂସାରେ ଜଳୁଛି ମଣିପୁର । କିଛି ଦିନର ଶାନ୍ତି ପରେ ପୁରି ଏବେ ଫେରିଛି ଅଶାନ୍ତି । ହିଂସାରେ ଏପର୍ଯ୍ୟନ୍ତ ୨୦୦ ଜଣଙ୍କ ମୃତ୍ୟୁ ହେଲାଣି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଅବସରପ୍ରାପ୍ତ ସେନା ଅଧିକାରୀ କଲୋନେଲ୍‌ ନେକ୍ଟର ସଞ୍ଜୀବମ୍‌ଙ୍କୁ ପୋଲିସ ବିଭାଗରେ ୫ ବର୍ଷ ଲାଗି ନିଯୁକ୍ତ କରିଛନ୍ତି। ସଞ୍ଜୀବମ୍‌ ୨୦୧୫ରେ ମ୍ୟାନମାରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ର ନେତୃତ୍ୱ ନେଇଥିଲେ।

ଅଗଷ୍ଟ ୨୪ରେ ମଣିପୁର ସରକାର ସଞ୍ଜୀବମ୍‌ଙ୍କୁ ସିନିୟର ରାଜ୍ୟ ପୋଲିସ ବିଭାଗରେ ସିନିୟର ସୁପରିଟେଣ୍ଟେଣ୍ଡ ଭାବେ ନିଯୁକ୍ତି ଦେଇଛନ୍ତି । ସଞ୍ଜୀବମ୍‌ ତାଙ୍କ ଚାକିରି ଜୀବନରେ କୀର୍ତ୍ତିଚକ୍ର ଏବଂ ଶୌର୍ୟ୍ୟ ଚକ୍ର ଭଳି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ଜୁନ୍‌ ୧୨ରେ ହୋଇଥିବା ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ସଞ୍ଜୀବମ୍‌ଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଯୁଗ୍ମ ସଚିବ(ଗୃହ ବିଭାଗ) କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ