ଭୁଶୁଡିଲା କୋଠା, ୨ ଜଣଙ୍କ ମୃତ ହୋଇଥିବାବେଳେ ଅନେକ ଫସି ରହିଥିବା ସୂଚନା

ଉତ୍ତର ପ୍ରଦେଶ (ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶର ବାରବାଙ୍କିରେ ବଡ଼ ଦୁର୍ଘଟଣା । ଭୁଶୁଡ଼ିଲା କୋଠା । ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଫସି ରହିଥିବା ସୂଚନା ମଳିଛି । ଏପର୍ଯ୍ୟନ୍ତ ୧୨ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଏବେ ବି  ଜାରି ରହିଛି। ସୋମବାର ଭୋର ପ୍ରାୟ ୪ଟା ସମୟରେ ବାରବାଙ୍କିର ଫତେହପୁର ସହରରେ ଏକ ତିନି ମହଲା ଘର ଭୁଶୁଡି ପଡିଛି।

ଦୁର୍ଘଟଣା ପରେ ଏସପି ଦୀନେଶ କୁମାର ସିଂ, ସିଡିଓ ଏକତା ସିଂ, ଏଡିଏମ ଅରୁଣ କୁମାର ସିଂଙ୍କ ଉପସ୍ଥିତିରେ ପୋଲିସ, ଏସଡିଆରଏଫ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୧୨ ଜଣ ଆହତଙ୍କୁ ଜିଲା ଡାକ୍ତରଖାନାକୁ ପଠାଯାଇଥିଲା ଯେଉଁଠାରେ ଡାକ୍ତର ୨ଜଣଙ୍କୁ ମୃତ ବୋଲି ଘୋଷଣା କରିଥିବାବେଳେ ଆଠ ଜଣଙ୍କୁ ଲକ୍ଷ୍ନୌକୁ ପଠାଯାଇଥିଲା। ଭଙ୍ଗା ଘର ତଳେ ପୋତିହୋଇଥିବା ଆଶଙ୍କା କରାଯାଇ ଏନଡିଆରଏଫ ଦଳକୁ ମଧ୍ୟ ଡକାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’