Masthead

ଗାଜାର ଏକ ହସ୍ପିଟାଲ ଉପରେ ରକେଟ ମାଡ଼ , ୫୦୦ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସ୍ରାଏଲ-ହମାସା ଯୁଦ୍ଧକୁ ହେଲାଣି ୧୧ ଦିନ । ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଦିନକୁ ଦିନ ଆକ୍ରମଣାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି । ଯୁଦ୍ଧ ଭିତରେ ଆସିଛି ଏକ ଦୁଃଖ ଖବର । ଇସ୍ରାଏଲ୍ ସେନା ଗାଜାର ଏକ ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଯେଉଁଥିରେ ୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହମାସ ଏହି ଆକ୍ରମଣକୁ ଇସ୍ରାଏଲ୍ ଦ୍ୱାରା କରାଯାଇଥିବା ଦାବି କରୁଛି । ତେବେ ଇସ୍ରାଏଲ କିନ୍ତୁ ଏହି ଆକ୍ରମଣରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଛି । ଇସ୍ରାଏଲ ଦାବି କରିଛି ଯେ ହସ୍ପିଟାଲ ଉପରେ ଯେଉଁ ରକେଟ୍ ମାଡ ହୋଇଛି ତାହା ପାଲେଷ୍ଟାଇନ ଦ୍ୱାରା ହୋଇଛି । କିନ୍ତୁ ଇସ୍ରାଏଲ ସେନା ଦ୍ୱାରା କେନ୍ଦ୍ରୀୟ ଗାଜାର ଅଲ ଅହଲି ହସ୍ପିଟାଲରେ ଏହି ଆକ୍ରମଣ ହୋଇଛି ବୋଲି ହମାସ ଦାବି କରିଛି ।

ଏହି ହସ୍ପିଟାଲକୁ ଗାଜା ଷ୍ଟ୍ରିପର ଶେଷ ଖ୍ରୀଷ୍ଟିଆନ ହସ୍ପିଟାଲ ବୋଲି କୁହାଯାଏ । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି ଯେ ଇସ୍ରାଏଲ ସେନା ସନ୍ଧ୍ୟାରେ ଅଲ ଅହଲି ଆବ୍ରି ବାପ୍ଟିଷ୍ଟ ହସ୍ପିଟାଲରେ ଏୟାର ଷ୍ଟ୍ରାଇକ୍ କରିଥିଲା, ଯେଉଁଥିରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସୂଚନା ମିଳିଛି ଯେ ଜୋର୍ଡାନରେ ଥିବା ଇସ୍ରାଏଲ୍ ଦୂତାବାସ ଉପରେ ଆକ୍ରମଣ କରାଯାଇଛି । ତେବେ ପାଲେଷ୍ଟାଇନ ମଧ୍ୟ ଏହି ଆକ୍ରମଣକୁ ନିଶ୍ଚିତ କରି କହିଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଯୋଗୁଁ ଗାଜାର ଅଲ ଅହଲି ଆରବ ହସ୍ପିଟାଲରେ ବୋମା ମାଡ଼ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ