Masthead

ପାଣିରେ ଭାସୁଛି ପରିବା ଚାଷ

ବାଲେଶ୍ୱର(ବଡ଼ ଖବର): ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ । ଶନିବାର ରାତିରେ ହୋଇଥିବା ବର୍ଷା ପାଇଁ ଉଜୁଡିଲା ଚାଷୀଙ୍କ ଫସଲ । ପାଣିରେ ଭାସୁଛି ଏକର ଏକର ପରିବା ଚାଷ । ଅମଳ ସମୟରେ ପଚି ନଷ୍ଟ ହେବା ଆଶଙ୍କା । ଋଣ ପରିଶୋଧ କରିବା ନେଇ ଚାଷୀ ମୁଣ୍ଡରେ ପଡିଛି ଚଡ଼କ । ବାଲେଶ୍ୱର ରେମୁଣା, ବାଲିଆପାଳ, ଭୋଗରାଇ ଏବଂ ଜଳେଶ୍ୱର ଅଞ୍ଚଲରେ ଗତକାଲି ସନ୍ଧ୍ୟାରେ ପଶ୍ଚିମା ଝଡ଼ ବର୍ଷା ପ୍ରଭାବରେ ଏବେ ପରିବା ଓ ରବି ଫସଲ ନଷ୍ଟ ହେବାକୁ ବସିଛି ।

ଫଳରେ ପାଣିରେ ଭାସୁଛି ଅନେକ ପରିବା । ଉଜାଡି ପଡ଼ିଥିବା ଚାଷକୁ ସଜାଡ଼ିବା ପାଇଁ ଜମିରେ ଲାଗିପଡିଛନ୍ତି ଚାଷୀ । ସେପଟେ ହଜାର ହଜାର ଟଙ୍କା ଋଣ କରି ଚାଷ କାମରେ ଲଗାଇଥିଲେ ଚାଷୀ । ଅମଳ ବେଳେ ବର୍ଷାରେ ଚାଷ ଯଦି ପଚି ନଷ୍ଟ ହୁଏ ତେବେ କରଜ ପରିଶୋଧ କରିବାକୁ ନେଇ ଏବେ ଚିନ୍ତାରେ ଚାଷୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର 🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର