Before Header

ପାଣିରେ ଭାସୁଛି ପରିବା ଚାଷ

0 35

ବାଲେଶ୍ୱର(ବଡ଼ ଖବର): ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ । ଶନିବାର ରାତିରେ ହୋଇଥିବା ବର୍ଷା ପାଇଁ ଉଜୁଡିଲା ଚାଷୀଙ୍କ ଫସଲ । ପାଣିରେ ଭାସୁଛି ଏକର ଏକର ପରିବା ଚାଷ । ଅମଳ ସମୟରେ ପଚି ନଷ୍ଟ ହେବା ଆଶଙ୍କା । ଋଣ ପରିଶୋଧ କରିବା ନେଇ ଚାଷୀ ମୁଣ୍ଡରେ ପଡିଛି ଚଡ଼କ । ବାଲେଶ୍ୱର ରେମୁଣା, ବାଲିଆପାଳ, ଭୋଗରାଇ ଏବଂ ଜଳେଶ୍ୱର ଅଞ୍ଚଲରେ ଗତକାଲି ସନ୍ଧ୍ୟାରେ ପଶ୍ଚିମା ଝଡ଼ ବର୍ଷା ପ୍ରଭାବରେ ଏବେ ପରିବା ଓ ରବି ଫସଲ ନଷ୍ଟ ହେବାକୁ ବସିଛି ।

ଫଳରେ ପାଣିରେ ଭାସୁଛି ଅନେକ ପରିବା । ଉଜାଡି ପଡ଼ିଥିବା ଚାଷକୁ ସଜାଡ଼ିବା ପାଇଁ ଜମିରେ ଲାଗିପଡିଛନ୍ତି ଚାଷୀ । ସେପଟେ ହଜାର ହଜାର ଟଙ୍କା ଋଣ କରି ଚାଷ କାମରେ ଲଗାଇଥିଲେ ଚାଷୀ । ଅମଳ ବେଳେ ବର୍ଷାରେ ଚାଷ ଯଦି ପଚି ନଷ୍ଟ ହୁଏ ତେବେ କରଜ ପରିଶୋଧ କରିବାକୁ ନେଇ ଏବେ ଚିନ୍ତାରେ ଚାଷୀ ।

Leave A Reply

Your email address will not be published.