Masthead

କନଷ୍ଟେବଳ ଇଂଟରଭ୍ୟୁ ବେଳେ ଅଘଟଣ, ପରୀକ୍ଷାର୍ଥୀ ମୃତ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ଓଡ଼ିଶା ପୋଲିସ କନଷ୍ଟେବଳ ଇଂଟରଭ୍ୟୁ ବେଳେ ଅଘଟଣ । ପରୀକ୍ଷା ବେଳେ ଗଲା ଜୀବନ । କନେଷ୍ଟବଳ ନିଯୁକ୍ତି ପାଇଁ ୧୬୦୦ମିଟର ଧାଇଁବା ବେଳେ ଚେତାଶୂନ୍ୟ ହୋଇପଡିଥିଲେ ଯୁବକ । ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛତ୍ରପୁର ରିଜର୍ଭ ପୋଲିସ ପଡିଆ ଠାରେ ୧୬୦୦ ମିଟର ଦୌଡିବା ସମୟରେ ଜଣେ ପରୀକ୍ଷାର୍ଥୀ ହଠାତ୍ ଅଚେତ ହୋଇପଡ଼ି ମୃତ୍ୟୁବରଣ କରିଛନ୍ତି । ଚେତାଶୂନ୍ୟ ହେବାପରେ ତାଙ୍କୁ ପ୍ରଥମେ ଛତ୍ରପୁର ମେଡ଼ିକାଲ ପରେ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ମୃତକ ଜଣତ ହେଲେ ଗଞ୍ଜାମ ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ଗୌରହରି ଦାସଙ୍କ ପୁଅ ଦୀପ୍ତିରଞ୍ଜନ ଦାସ । ସେହିପରି ପୁରୀ ଜିଲ୍ଲାର କନଷ୍ଟେବଳ ଲାଗି ଦୈଡ ପ୍ରତିଯୋଗିତା ଜାରି ରହିଥିବା ବେଳେ ୩ ଯୁବତୀ ଅଚେତ ହୋଇପଡିଥିଲେ । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ