Masthead

ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ୧୫ରୁ ଅଧିକ ଦୋକାନ। ମାର୍କେଟ ବିଲ୍ଡିଂ ପରିସରରେ ଥିବା ଏକ କପଡ଼ା ଦୋକାନରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛି। ଘଟଣାସ୍ଥଳରୁ କଳା ଧୂଆଁ ଆକାଶକୁ ଉଠୁଥିବାରୁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅଗ୍ନିକାଣ୍ଡର ଖବର ପାଇ ସ୍ଥାନୀୟ ଲୋକେ ଓ ଦୋକାନୀମାନେ ତୁରନ୍ତ ଘଟଣାସ୍ଥଳରେ ଏକାଠି ହୋଇଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।ନିଆଁ ବ୍ୟାପି ନ ପାରିବା ପାଇଁ ଆଖପାଖ ଦୋକାନଗୁଡ଼ିକରେ ମଧ୍ୟ ସତର୍କତାମୂଳକ ବ୍ୟବସ୍ଥା ନିଆଯାଇଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି, ତାହା ମଧ୍ୟ ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ ଜଣାପଡ଼ିବ । ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଆରମ୍ଭ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ