Masthead

ବାହାନଗାଦୁର୍ଘଟଣାର ୧୨୮ ଦିନ ପରେ ଜଳିଲା ମୃତଦେହ, ଦାହ ହେଲା ୨୮ଟି ଅଚିହ୍ନା ମୃତଦେହ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) ବାହାନଗା ରେଳ ଦୁର୍ଘଟଣାକୁ ଏହାରି ମଧ୍ୟରେ ୧୨୮ ଦିନ ବିତି ଯାଇଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା କିଛି ବ୍ୟକ୍ତିଙ୍କ ଶବ ଆଜିଯାଏଁ ବି ଶବାଗାରରେ ରଖାଯାଇଥିଲା । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ସେମାନଙ୍କ ସମ୍ପର୍କୀୟମାନେ ଚିହ୍ନଟ କରିଥିଲେ ।

କିନ୍ତୁ ୨୮ଟି ମୃତଦେହ ଆଜି ଯାଏଁ ବି ଚିହ୍ନଟ ହୋଇପାରିନଥିଲା । ପରିଚୟ ଖୋଜିବାର କସରତ ପରେ ଶେଷରେ ଅନ୍ତିମ ସଂସ୍କାର କରାଯିବା ବ୍ୟତୀତ ଆଉ କୌଣସି ଉପାୟ ନଥିଲା । ଶେଷରେ ଏମ୍ସ, ସିବିଆଇ, ବିଏମସି ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲାଯାଇ ଅଚିହ୍ନା ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା । ସମସ୍ତ ମୃତଦେହର ଡିଏନଏ ନମୁନା ଭୁବନେଶ୍ୱର ଏମ୍ସରେ ରଖାଯାଇଛି ।

କୌଣସି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରନ୍ତି ତେବେ ନମୁନା ସହ ଡିଏନଏ ମ୍ୟାଚ କରାଯିବ । ଭୁବନେଶ୍ୱରର ଭରତପୁର ଶ୍ମଶାନରେ ୨୧ଟି ମୃତଦେହକୁ ସଂସ୍କାର କରରାଯାଇଛି । ଆଜି ଅବଶିଷ୍ଟ ମୃତଦେହକୁ ସଂସ୍କାର କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ