Masthead

ବିପୁଳ ପରିମାଣର ଗଂଜେଇ ଜବତ

(ବଡ଼ ଖବର ବ୍ୟୁରୋ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ କୁ ମିଳିବାରେ ଲାଗିଛି ଗୋଟେ ପରେ ଗୋଟେ ସଫଳତା ।ଗତ ଦୁଇ ମାସ ମଧ୍ୟରେ ଜବତ ହେଲାଣି ୧୦ ଟନ ରୁ ଉର୍ଦ୍ଧ୍ବ ଗଂଜେଇ । ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ । ଗତକାଲି ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ୟ୍ୟ ପ୍ରକାଶ ନାୟକ ଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୋଲିସ ର ଗୋଟିଏ ଟିମ ଟନେଲକ୍ୟାମ୍ପ ବାଲିମେଳା ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ଡାଇକ ୨ ବନ୍ଧ ନିକଟ ରାଜବନ୍ଧ ଗ୍ରାମ ନିକଟରେ ଗୋଟିଏ ମହେନ୍ଦ୍ରା ଏସ ୟୁ ଭି ଓ ମାରୁତି ସୁଜୁକି ଗାଡ଼ିରେ ୧୩ ଟି ଜରି ପ୍ୟାକେଟରେ ଗଂଜେଇ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ପାଇଥିଲେ ।

ଉକ୍ତ ଜବତ ଗଂଜେଇ ର ଓଜନ ୩୨୫ କେଜି ୩୯୦ ଗ୍ରାମ ଓ ଏହାର ଆନୁମାନିକ ମୂଲ୍ୟ ତିରିଶ ଲକ୍ଷ ରୁ ଉର୍ଦ୍ଧ୍ଵ ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଗଂଜେଇ ଭର୍ତ୍ତି ଏସ ୟୁ ଭି ଓ ମାରୁତି ସ୍ୱିଫ୍ଟ ଗାଡି ଚିତ୍ରକୋଣ୍ଡା ଡାଇକ ୨ ରାଜାବନ୍ଧ ଗ୍ରାମ ରୁ ଗଂଜାମ କୁ ଚୋରା ଚାଲାଣ ହେଉଥିବା ନେଇ ପୋଲିସ ପ୍ରକାଶ କରିଛି ।

ଗିରଫ ତିନି ଜଣ ହେଲେ , ଜୀନୁ ଖିଲ (୨୫) ଓ ସି ସି କଲୋନୀ ବାଲିମେଳା, ଦୀପକ ଜେନା (୨୨)ପାୱାର ହାଉସ କଲୋନୀ ବାଲିମେଳା, ନୀଳାଚଳ ପାଢ଼ୀ (୪୨) କୋର୍ଟ କଲୋନୀ କଦୋଲା ଗଂଜାମ । ଗିରଫ ତିନିଜଣ ଙ୍କ ନିକଟରୁ ସାତୋଟି ମୋବାଇଲ ଫୋନ ଓ ବିଭିନ୍ନ ବ୍ୟାଙ୍କ ର ଏଟିଏମ କାର୍ଡ଼ ତିନୋଟି ଦାମୀ ମୋଟରସାଇକେଲ ଜବତ କରିଛି ପୋଲିସ ।

ଚିତ୍ରକୋଣ୍ଡା ଥାନା କେଶ ନଂ ୧୩୯/୨୦୨୧ ଅନୁଯାୟୀ  କେଶ ରୁଜୁ କରାଯାଇ ଗିରଫ ତିନି ଜଣ ଅଭିଯୁକ୍ତଙ୍କୁ ମାଲକାନଗିରି କୋର୍ଟ ରେ ହାଜର କରାଯାଇଛି । ଚିତ୍ରକୋଣ୍ଡା ଏସ ଡି ପି ଓ ଅଂଶୁମାନ ଦ୍ବିବେଦୀ ଏ ନେଇ ସୂଚନା ଦେଇଛନ୍ତ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି