Masthead

କେବେ ଖୋଲିବ ଆହାରକେନ୍ଦ୍ର? ଦିନମଜୁରିଆଙ୍କ ପେଟ କାହାଣୀ

ଭୁବନେଶ୍ୱର: ମାର୍ଚ୍ଚ ମାସରୁ ଆହାର କେନ୍ଦ୍ରରେ ତାଲା ଝୁଲୁଛି । ୬ ମାସରୁ ଅଧିକ ସମୟ ହେବ ବନ୍ଦ ରହିଛି ଭୋଲିକାଙ୍କୁ ଖାଦ୍ୟ ଯୋଗାଉଥିବା ଆହାରକେନ୍ଦ୍ର । ଆହାର ଯୋଜନା ଆରମ୍ଭ ହେବା ଦିନଠୁ ଏହା ଗରିବ,ଶ୍ରମିକ ଓ ଭୋକିଲାଙ୍କ ପାଇଁ ବରଦାନ ସଦୃଶ ହୋଇଆସିଛି । ୫ଟଙ୍କା ଦେଇ ପେଟକୁ ଦିମୁଠା ଭାତ ଡାଲମା ଖାଉଥିଲେ ଅସହାୟ ଲୋକେ । ଅଭାବୀ ଖଟିଖିଆ ଓ ଅନାହାରରେ ରହୁଥିବା ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ଏହି ଯୋଜନାକୁ ଆରମ୍ଭ କରିଥିଲେ ରାଜ୍ୟ ସରକାର ।
ମହାମାରୀ କରୋନା ଦେଶ ତଥା ରାଜ୍ୟର ଆର୍ଥିକ ସ୍ଥିତିକୁ ବିଗାଡିଦେଇଛି । ଏଥିରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଖଟିଖିଆ ଦିନମଜୁରିଆ । ସରକାରୀ ରିଲିଫ୍ ସହାୟତା ପାଇ କଷ୍ଟେମଷ୍ଟେ କିଛିଦିନ କାଟିଲେ । ଏବେ ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି । ଦିନେଅଧେ କାମଧନ୍ଦା ମିଳୁଛି,ହେଲେ ପରିବାର ଚଳାଇବା ମୁସ୍କିଲ ହୋଇପଡିଛି । ଅନ୍ୟପଟେ ବଢୁଥିବା ପରିବା ଦର ସେମାନଙ୍କ ନିଦ ହଜାଇ ଦେଇଛି ।
୫ଟଙ୍କିଆ ଆହାର ଖାଇ ଦିନେଅଧେ ସେମାନଙ୍କ କାମ ଚଳିଯାଉଥିଲା । କିନ୍ତୁ ବହୁଦିନ ଧରି ଖୋଲୁନାହିଁ ଆହାରକେନ୍ଦ୍ର । ଦୋକାନବଜାର,ସପିଂମଲ ଖୋଲୁଥିବା ବେଳେ ଆହାରକେନ୍ଦ୍ର କାହିଁକି ଖୋଲାଯାଇପାରିବନି ବୋଲି ପ୍ରଶ୍ନ କରୁଛନ୍ତି ଗରିବ ଲୋକେ । ଜୀବନଜୀବିକା ସ୍ୱାଭାବିକ ହେଉଥିବା ବେଳେ ଏହାକୁ ବାଦ ଦିଆଯିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦିନ ମଜୁରିଆ । ଅନଲକ-୫ରେ ସବୁ ଖୋଲିଥିବା ବେଳେ ଆଧାରକେନ୍ଦ୍ରକୁ ଭୁଲିଯାଇଛନ୍ତି ରାଜ୍ୟ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା