Masthead

ହାଓ୍ୱଡା ରାଲିକୁ ସମ୍ବୋଧନ କରିବେ ସ୍ମୃତି ଇରାନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶୁକ୍ରବାର ରାଜଧାନୀ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରାଯାଇଛି । ତେଣୁ ଶାହା ହାଓ୍ୱଡାରେ ଆୟୋଜିତ ରାଲିରେ ଉଦବୋଧନ ଦେଇପାରିବେ ନାହିଁ। ଶାହାଙ୍କ ବଦଳରେ ସ୍ମୃତି ଇରାନୀ କର୍ମୀମାନଙ୍କୁ ସମ୍ବୋଧିତ କରିବେ । ଏହି ରାଲିରେ ତୃଣମୂଳ କଂଗ୍ରେସର ରାଜୀବ ବାନାର୍ଜୀଙ୍କ ସମେତ ଅନେକ ନେତା ବିଜେପିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ନେତାମାନେ ଶନିବାର ଦିଲ୍ଲୀ ଯାଇ ଅମିତ ଶାହଙ୍କୁ ଭେଟିଥିଲେ । ଅମିତ ଶାହା ଜାନୁଆରୀ ୩୦ ଓ ୩୧ ତାରିଖରେ କୋଲକାତା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ଏହାସହ ଦଳୀୟ କର୍ମୀଙ୍କୁ ସମ୍ବୋଧିତ ମଧ୍ୟ କରିଥାନ୍ତେ । କିନ୍ତୁ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବୋମା ବିସ୍ଫୋରଣ ପାଇଁ ଶାହ କୋଲକାତା ଗସ୍ତକୁ ରବ୍ଦ କରିଛନ୍ତି । ସୂଚନା ମୁତାବକ ଶାହଙ୍କ କୋଲକାତା ଗସ୍ତ ବାତିଲ ହେବା ପରେ ଶନିବାର ଟିଏମସିର ଅସନ୍ତୁଷ୍ଟ ନେତା ଯାଇଥିଲେ ।

ଏଥିରେ ଟିଏମସିର ନେତା ତଥା ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ ରହିଥିଲେ । ଏହାସହ ହାଓ୍ୱଡାର ବଲ୍ଲୀରୁ ବିଧାୟକ ବୈଶାଳୀ ଡାଲମିଆ, ଉତ୍ତରପାରା ବିଧାୟକ ପ୍ରବୀଣ ଘୋଷାଲ, ହାଓ୍ୱଡା ସହରର ପୂର୍ବତନ ମେୟର ରାଥିନ ଚକ୍ରବର୍ତ୍ତୀ, ରାଣାଘାଟର ପୂର୍ବତନ ବିଧାୟକ ପାର୍ଥସାରଥୀ ଚାଟାର୍ଜୀ ଓ ଅଭିନେତା ରୁଦ୍ରନୀଲ ଘୋଷ ଆଦି ଶାହଙ୍କୁ ଭେଟିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ